ଇଡି ତଦନ୍ତ ଓ ଅଗ୍ନିବୀର ଯୋଜନା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ: ବିଶ୍ବନାଥପୁରରେ ସତ୍ୟାଗ୍ରହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଂଗ୍ରେସର ଶିର୍ଷ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ରାଜନୈତିକ ଆକ୍ରୋଶ ରଖି ଇଡ଼ି ଦ୍ବାରା ତଦନ୍ତ କରାଇବା, ସେନାବାହିନୀରେ ଯୁବକମାନଙ୍କୁ ଚାରିବର୍ଷିଆ ଠିକା ନିଯୁକ୍ତି ଦେଇ ସେମାନଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲିଦେବା ଭଳି ଅଭିଯୋଗ କରି ଆଜି ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଡାକରା ଦିଆଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଏହାର ବେଶ୍ ପ୍ରଭାବ ଦେଖିବାକୁ ମିଳିଛି । କଳାହାଣ୍ଡି କଂଗ୍ରେସ କମିଟିର ଆହ୍ବାନ କ୍ରମେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ ସତ୍ୟାଗ୍ରହରେ ମୁଖ୍ୟଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଭାରତଭୂଷଣ ବେମାଲ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କଂଗ୍ରେସ ଉପସଭାପତି ପରମାନନ୍ଦ ମାଝୀ, ଟି. ପ୍ରଭାକର ରାଓ, ପୁରୁଷୋତ୍ତମ ଦଣ୍ଡସେନା, ମନୋଜ ରାଉତ, ପୂର୍ଣ୍ଣଚନ୍ଦ୍ର ରାଉତ, କେଶବଚନ୍ଦ୍ର ବାରିକ, ବିଜୟ ନାଏକ, ରଞ୍ଜିତା ମୁଣ୍ଡା, କନୌଜ ରାଉତ, ନିତ୍ୟାନନ୍ଦ ସାହୁ, ଭଗବାନ ମାଝୀଙ୍କ ସମେତ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । କଂଗ୍ରେସ ନେତା ଚାଞ୍ଚେର ମାଝୀ ଓ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ନେତ୍ରୁତ୍ବରେ ଆୟୋଜିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ବକ୍ତାମାନେ କେନ୍ଦ୍ରର ବିଜେପି ସରକାର ଏବଂ ମୋଦୀଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.