ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବେହେରାଠାରେ ମହିଳା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବେହେରା ନିୟନ୍ତ୍ରିତ ବଜାର କମିଟି ପଡିଆଠାରେ ଆଜି ଏକ ମହିଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ସଂଗଠନର ଉପସଭାପତି ତରେଶ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ବେହେରାର ପୂର୍ବତନ ସରପଞ୍ଚ ସୁଚିତ୍ରା ଗୋପାଳ ଯୋଗଦେଇ ମହିଳା ଶଶକ୍ତ ଓ ଆତ୍ମ ନିର୍ଭରଶୀଳ ହେଲେ ଦେଶ ସମୃଦ୍ଧିଶାଳୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଏସଏଚଜି ସଭାପତି ଯମୁନା ଗୋପାଳ, ସୁକାନ୍ତି ପାତ୍ର, ହୀରା ପଟେଲ, ଦକ୍ଷିଣା ନାଏକ, କ୍ଷୀର ବିଶି ପ୍ରମୁଖ ଯୋଗଦେଇ ମହିଳାମାନେ କେମିତି ସ୍ବାବଲମ୍ବୀ ହୋଇପାରିବେ ସେନେଇ ଆଲୋକପାତ କରିଥିଲେ। ଳ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଉପ ସଭାପତି ତ୍ରିନାଥ ଚୌଧୁରୀ ଓ ସମ୍ପାଦକ ଅବିନାଶ ମୁଣ୍ଡ ସାଧନ କର୍ମୀ ଭାବେ ଯୋଗଦେଇ ମହିଳା ମାନଙ୍କୁ ସ୍ବାବଲମ୍ବନ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରେଇଥିଲେ। ଶତାଧିକ ମହିଳା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାବଲମ୍ବୀ ହେବା ସହ ପରିବାରର ସଠିକ ପ୍ରତିପୋଷଣ କରିବେ ବୋଲି କହିଥିଲେ। ଏହି ଅବସରରେ ସମସ୍ତ ମହିଳା ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦଣ୍ଡପାଟ ଯୁବ ସେବା ସଂଗଠନ ସମ୍ପାଦକ ଭୁଜବଲ ନାଏକ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଶୁଶିଲ ଚନ୍ଦ୍ର ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ହେମାଲ ବିଶି, ଇଶ୍ବର ବାଣୁଆ, ରୁପେଶ ନାଏକ, ରିଙ୍କୁ ବିଶି ପ୍ରମୂଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.