ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କେନ୍ଦୁଡଙ୍ଗରୀ ଗ୍ରାମର ଅଦଳ ପୁଝାରୀଙ୍କ ପୁଅ ଲୋକନାଥ ପୁଝାରୀ (୩୦) ସାପ କାମୁଡାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଘର ବାରଣ୍ଡାରେ ଲୋକନାଥ ଶୋଇଥିବା ବେଳେ ବିଳମ୍ବିତ ରାତିରେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ପରେ ପରିବାର ଲୋକେ ଲୋକନାଥକୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଷୋଷଣା କରିଥିଲେ। ଖବର ପାଇ ଆମପାଣି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ଏନେଇ ଆମପାଣି ଥାନା କେଶ ନମ୍ବର ୩/୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଆମପାଣି ଥାନା ଏସ୍ଆଇ ରାଜେଶ ପରିଡା ସୂଚନା ଦେଇଛନ୍ତି।