ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସ୍ତରୀୟ ପାରମ୍ପରିକ କଳା ଓ ସଂସ୍କୃତି ସଂଘ ଓ ରାଧେ ଗୋବିନ୍ଦ ମଠ ରାଧେ ରାଧେ ମହିଳା ସଂକୀର୍ଣ୍ଣନ ମଣ୍ଡଳୀର ମିଳିତ ଆନୁକୂଲ୍ୟରେ ଘୁ.ଉଦୟଗିରି ବ୍ଲକ କନଵାଗିରୀ ଠାରେ ସାଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି ।


ଏଥିରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କର୍ଣ୍ଣ, ସମ୍ମାନିତ ଅତିଥି ଭାବେ କୁଇ ସଂସ୍କୃତି ଗବେଷକ ପ୍ରଦୀପ କହଁର, ଫୁଲବାଣୀ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା, କ.ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ତ୍ରିନାଥ ପଣ୍ଡା ଟିକାବାଲି ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଶତପଥି ପ୍ରଧାନ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବରିଷ୍ଠ କଳାକାର ମଂଚାସୀନ ଥିଲେ ।


ଘୁ ଉଦୟଗିରି ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଜୁନୁଷ ପରିଛା ଆମନ୍ତ୍ରିତ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପ ଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ । ପରେପରେ ପାରମ୍ପରିକ ଖଞ୍ଜଣୀ ନୃତ୍ୟ ମହିଳା ସଂକୀତନ ମଣ୍ଡଳୀ ର ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ବ୍ଲକ ଉପ ସଭାପତି ଜ଼ିଲ୍ଲା ର ସଂସ୍କୃତି ପରମ୍ପରା କୁ ଉଦଜୀବିତ ପାଇଁ ପ୍ରୟାସ କରୁଥିବାରୁ ବିଭିନ୍ନ ମହଲ ରେ ଉଚ୍ଚ ପ୍ରଶଂସା କରାଯାଇଛି । ବ୍ଲକର ସମୁଦାୟ ୧୨ ଗୋଟି ପାରମ୍ପରିକ ଆଦିବାସୀ ନୃତ୍ୟ ଦଳ ନିଜ ନିଜର କଳା ନୈପୂଣ୍ୟ ପ୍ରଦର୍ଶନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.