ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି: ନର୍ଲା ହାଇସ୍କୁଲରେ ସେବା ଓ ସେବକ ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋପବନ୍ଧୁ ପୂଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳିତ ହୋଇଯାଇଛି । ଉତ୍କଳମଣି ଗୋପବନ୍ଧୂଙ୍କର ୯୪ ତମ ପୂଣ୍ୟତିଥି ଅବସରରେ ଗତ ଜୁନ ୨୯ ରୁ ଜୁଲାଇ ୫ ଯାଏଁ ସେବା ଓ ସେବକ ସପ୍ତାହ ପାଳନ ଚାଲିଥିବା ବେଳେ ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅର୍ଚ୍ଚନା ଦାସଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନର୍ଲା ହାଇସ୍କୁଲ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟରେ ଏକ ସାଧାରଣ ସଭା କରି ଏଥିରେ ଉତ୍କଳମଣି ଗୋପବନ୍ଧୁଙ୍କ ଓଡିଶା ପ୍ରତି ଅତୁଳନୀୟ ଅବଦାନ ଏବଂ ଓଡିଶା ବାସୀଙ୍କ ପାଇଁ କରିଯାଇଥିବା ସେବା ବିଷୟରେ ସ୍ମୃତି ଚାରଣ କରାଯାଇଥିଲା । ଏହାପରେ ଏକ ଭବ୍ୟ ଶୋଭାଯାତ୍ରା ନର୍ଲା ହାଇସ୍କୁଲ ରୁ ବାହାରି ନର୍ଲା ନଗର ପରିକ୍ରମା କରିଥିଲା । ଏଥିରେ ନର୍ଲା ସମାଜ ପ୍ରତିନିଧି ମନୋଜ କୁମାର ଷଢଙ୍ଗି ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ନର୍ଲା ବିଧାୟକ ଭୁପିନ୍ଦର ସିଂ ଙ୍କ ସୌଜନ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ବରିଷ୍ଠ କର୍ମଚାରୀ ସୁବାସ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.