ମାଉସୀ ମନ୍ଦିର ମରାମତି କରାଇଲେ ସରପଞ୍ଚ ବିଜୟା ମାଝୀ

ଓଡ଼ିଆ ବାର୍ତ୍ତାର ମହା ପ୍ରଭାବ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କିର୍ତ୍ତୀ): ରାତି ପାହିଲେ ଅନୁଷ୍ଠିତ ହେବ ରଥଯାତ୍ରା । ଏଥିପାଇଁ ଗାଁ ଠୁ ସହର ଯାଏଁ ଉତ୍ସବ ମୁଖରିତ । ତେବେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଠାରେ ରହିଥିବା ମାଉସୀ ମାଁ ମନ୍ଦିର ଭଙ୍ଗା ଦଦରା ଅବସ୍ଥାରେ ପଡିରହିଥିଲା । ଗତ ବର୍ଷ କାଳବୈଶାଖୀ ତାଣ୍ଡବ ପ୍ରଭାବରେ ମନ୍ଦିର ନିକଟରେ ଥିବା ବିରାଟ କାୟ ଆମ୍ବଗଛ ମନ୍ଦିର ଉପରେ ଭାଙ୍ଗି ପଡିଯାଇଥିଲା ଫଳରେ ମାଁ ମାଉସୀ ମନ୍ଦିର ର ଅନେକ ଅଂଶ ସମ୍ପୂର୍ଣ ଭାବରେ ନଷ୍ଟହୋଇ ଯାଇଥିଲା । ଏନେଇ ଏକ ସଚେତନ ଗଣମାଧ୍ୟମ ଭାବେ ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରିତ ହୋଇଥିଲା । ଏହାପରେ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ତୁରନ୍ତ ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ମନ୍ଦିରଟିକୁ ମରାମତି କରିବା ନେଇ ଅଣ୍ଟା ଭିଡିଥିଲେ ଓ ମନ୍ଦିରର ମରାମତି କାର୍ଯ୍ୟ କରାଇଥିଲେ । ବର୍ତ୍ତମାନ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀଙ୍କ ମନରେ ବେଶ ଖୁସି ଦେଖିବାକୁ ମିଳୁଛି । ଏଠାରେ ପ୍ରକାଶ ଥାଉକି ଯେ, ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ହୋଇଥିଲେ ମଧ୍ୟ ସ୍ଥାନୀୟ ସଚେତନ ନାଗରିକ, ବ୍ଳକ କର୍ମଚାରୀ, ସମାଜ ସେବକ ତଥା ରାଜନୈତିକ କର୍ମକର୍ତ୍ତା ଏହି ମନ୍ଦିର ପ୍ରତି ଦୃଷ୍ଟି ଦେଇନଥିଲେ । କିନ୍ତୁ ନୂତନ ଭାବରେ ନିର୍ବାଚିତ ସରପଞ୍ଚ ବିଜୟା ମାଝୀ ନିଜସ୍ୱ ଖର୍ଚ୍ଚରେ ମାଁ ମାଉସୀ ମନ୍ଦିର ନବିକରଣ କରାଇଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.