ବିବେକସେନା ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧବାର୍ଷିକୀ ପାଳନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳି ସଭା କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଅନୁଷ୍ଠିତ ହୋଇଯାଇଛି। ସେବାର ଅନ୍ୟ ନାମ ଉତ୍କଳମଣି ପଣ୍ଡିତ ଗୋପପନ୍ଧୁ ଦାସ ବୋଲି ଗୁରୁବାର ସ୍ଥାନୀୟ ବିବେକ କଂନଫେରେନ୍ସ ହଲ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧଦିବସ ଅବସରରେ ବିବେକସେନାର ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ ଅତିଥି ରୂପେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ। ଅର୍ପିତା ଏଣ୍ଟରପ୍ରାଇଜେସ ର ନିର୍ଦ୍ଦେଶକ ସରୋଜ ବେଉରା ଓ ବିବେକସେନା ର ଉପଦେଷ୍ଟା ମଣ୍ଡଳୀ ମୁଖ୍ୟ ନବୀନ କୁମାର ସା ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିବା ବେଳେ ବିବେକସେନାର ବରିଷ୍ଠ ସଦସ୍ୟ ଘନଶ୍ୟାମ ପ୍ରଧାନ ସଭା ପରିଚାଳନା କରିଥିଲେ। ବୃଷଭ ଦାସ, ତୁଳସୀ ମାଝୀ, ସୁଶାନ୍ତ ନାଏକ, ନରେଶ ସୁନାନୀ, ଶାନ୍ତି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.