ଯାଦବ ସମାଜ ପକ୍ଷରୁ ସାମୁହିକ ଚାରା ରୋପଣ

ଓଡ଼ିଆ ବାର୍ତ୍ତା/ ଟିଟିଲାଗଡ଼: ଜିଲା ଯାଦବ ମହାସଭା ବଲାଙ୍ଗୀରର ଆହ୍ୱାନ କ୍ରମେ ପ୍ରତିବର୍ଷ ପରି ତୃତୀୟ ବର୍ଷ ପାଇଁ ଜୁଲାଇ ୧ରେ ଟିଟିଲାଗଡ଼ ଯାଦବ ସମାଜ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବ୍ଲଜ ଅନ୍ତର୍ଗତ ରାଧାକୃଷ୍ଣ ଆଞ୍ଚଳିକ ଯାଦବ ସମାଜ ମାଲିଝେର ଗ୍ରାମ ପକ୍ଷରୁ ସ୍ଥାନୀୟ ଗିରି ଗୋବର୍ଦ୍ଧନ ମଣ୍ଡପ ପରିସରରେ ବଲାଙ୍ଗୀର ଜିଲା ଯାଦବ ମହାସଭା ସଂଯୋଜକ ମନୋଜ ହାତୀଙ୍କ ତତ୍ୱାବଧାନରେ ତଥା ଅନୁଷ୍ଠାନର ସଭାପତି ପଣ୍ଡୁ ହାତୀ, ପୂର୍ବ ସଭାପତି ଦେବ କଟା, ସମ୍ପାଦକ ପଦ୍ମନାଭ ପୋଢ଼ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରକୃତି ବନ୍ଧୁ ରମାକାନ୍ତ ଗହୀର, ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି ଓ ଟିକି ପୋଢ଼, ସରପଞ୍ଚ ହରିହର କଟା, ରୂପଧର ଘିବେଲା ଏବଂ ମାଦ୍ରୀ ଖରସେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମଣ୍ଡପ ପରିସରରେ ଯାଦବ କର୍ମକର୍ତ୍ତା ଚାରା ରୋପଣ କରିଥିଲେ । ସଂଗଠନର ବରିଷ୍ଠ ସଭ୍ୟ ପଦ୍ମଲୋଚନ ପୋଢ଼, ଦୁର୍ବାଦଳ ସୁନାନୀ, ଗୋକୁଳ ସୁନାନୀ, ଦେବସାଗର ଚନ୍ଦନ, ଚକ୍ର ବିଶି, ମୁରଲୀଧର ବିଶି, ପର୍ବତାରୋହୀ ଲଳିତ ପୋଢ଼, ମୁନିରାମ ଖର୍ସେଲ, ରମେଶ ବିଶି, ନୀଳମଣି ଦୀପ, ଦିନେଶ ନାଗ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଟିଟିଲାଗଡ଼ ବନପାଳ ଅମରେଶ ବୁଡ଼େକ, ବନରକ୍ଷୀ ପୂଜାରାଣୀ ସେଠ ଆବଶ୍ୟକୀୟ ଚାରା ଯୋଗାଇ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.