ମ.ରାମପୁରରେ ରଥ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ. ରାମପୁରରେ ଜଗତର ନାଥ ଜଗନ୍ନାଥଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଛି । ଅପରାହ୍ନ ସମୟରେ ନୀତି କାନ୍ତି ଓ ପୂଜାପାଠ ପରେ ସ୍ଥାନୀୟ ରାଜ ପରିବାର ତରଫରୁ ହିରେନ୍ଦ୍ର ପ୍ରତାପ ସିଂଦେଓ ଛେରା ପହଁରା କରିବାପରେ ତିନି ଦିଅଁଙ୍କୁ ପହଣ୍ଡି ବିଜେ କରି ରଥାରୁଢ଼ କରି ରଥ ଟଣା ଆରମ୍ଭ କରାଯାଇଥିଲା । ମନ୍ଦିର ପୂଜକ ଅଶୋକ ତ୍ରିପାଠୀ ନୀତି କାନ୍ତି ଓ ପୂଜାପାଠ କରିଥିବା ବେଳେ ପିତାମ୍ବର ତ୍ରିପାଠୀ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ, କେଦାର ମହାରଣା, ଉଦ୍ଧବ ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ମଳୟ ତ୍ରିପାଠୀ , ଧୁରେଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶ୍ରୀ ରାମକୃଷ୍ଣ ଆଶ୍ରମର ଅନ୍ତେବାସୀ ଛାତ୍ରମାନେ ରଥ ଟଣା ଆରମ୍ଭରୁ ଶେଷ ଯାଏଁ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ କୋଭିଡ-୧୯ ଯୋଗୁଁ ଦୁଇ ବର୍ଷ ରଥ ଯାତ୍ରା ବନ୍ଦ ରହିଥିଲା । ଏ ବର୍ଷ ଯାତ୍ରା ହେବା ହେତୁ ଏବଂ ପାଗ ଅନୁକୂଳ ରହିଥିବାରୁ ଯାତ୍ରାରେ ବହୁତ ଜନସମାଗମ ହୋଇଥିଲା । ପୁଲିସ ବିଭାଗ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ପ୍ରାୟ ସଂଧ୍ୟା ସାତ ଘଣ୍ଟା ସମୟରେ ରଥ ମାଉସୀ ମାଆ ମନ୍ଦିରରେ ପହଞ୍ଚିଥିଲେ । ଶାନ୍ତି ଶୃଙ୍ଖଳା ସହିତ ଯାତ୍ରା ସମ୍ପନ୍ନ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.