କେସିଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପକ୍କା ରାସ୍ତା ନିର୍ମାଣ କେବେ?

କାଦୁଅ ପଚପଚ୍ ରାସ୍ତାରେ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ, ଚେଇଁ ଶୋଇଛି ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଶାଣିମୁଣ୍ଡା ମୈ।ଜାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏଠାରେ ଗତ ୨୦୧୬/୧୭ ଶିକ୍ଷା ବର୍ଷରୁ ପାଠ ଆରମ୍ଭ ହୋଇଥିବା ବେଳେ ଚଳିତ ୨୦୨୨/୨୩ ଶିକ୍ଷା ବର୍ଷରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୫ଶହ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ଅଧ୍ୟୟନ କରୁଛନ୍ତି। ଚଳିତ ବର୍ଷ ଏହି ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯାଇ ଲକ୍ଷାଧିକ ଟଙ୍କା ବିନିମୟରେ ବିଦ୍ୟାଳୟର ରୁପାନ୍ତରିଣ କାମ କରାଯାଇଛି। ହେଲେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବା ପାଇଁ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାସ୍ତା ସମସ୍ୟାକୁ ନେଇ ବିଦ୍ୟାଳୟ କତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବାରୁୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ତଥା ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯିବା ଆସିବା କରିଥିଲେ ମଧ୍ୟ ରାସ୍ତା ପ୍ରତି ଦୃଷ୍ଟି ନଦେବା ଭଳି ପରିଲକ୍ଷିତ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯିବା ପାଇଁ ରାସ୍ତା ସମସ୍ୟା ଉପରେ ପ୍ରଶାସନ ଜାଣିଥିଲେ ମଧ୍ୟ ପ୍ରଶାସନ ର ନିଦ ଭାଙ୍ଗିବ କେବେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏପରିକି ଓଡିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟିରେ ବିଡ଼ିଓ ନିଜେ ରହିଥିଲେ ମଧ୍ୟ ରାସ୍ତା ସମସ୍ୟା ର ସମାଧାନ ପ୍ରତି ଦୃଷ୍ଟି ନଦେବା ବିଷୟକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Udyog Nursery
Udyogi Nursery

ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯିବା ଆସିବା ପାଇଁ ହେଲେ କେସିଙ୍ଗା – ରୁପ୍ରା କୁ ସଂଯୋଗ ହୋଇଥିବା ପୂର୍ତ୍ତ ବିଭାଗ ରାସ୍ତାର କେନ୍ଦୁଲିଭ ଅଫିସ୍ ଛକ ଦେଇ ଯିବାକୁ ପଡିଥାଏ। ବିଦ୍ୟାଳୟକୁ ଯିବା ପାଇଁ ଏହି ରାସ୍ତା ଛାତ୍ରଛାତ୍ରୀ ମାନଙ୍କ ମୁଖ୍ୟ ରାସ୍ତା ହୋଇଥିବା ବେଳେ ପ୍ରଶାସନର ଦୁରଦୃଷ୍ଟି ଅଭାବ ଯୋଗୁଁ କାମ ନହୋଇ ପଡ଼ିରହିବା ଫଳରେ ରାସ୍ତା ଶୋଚନୀୟ ହୋଇପଡିଛି। ମାଟି ରାସ୍ତା ହୋଇଥିବା ବେଳେ ଅନେକ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହୁଛି ଓ ରାସ୍ତାରେ କାଦୁଅ ସୃଷ୍ଟି ହେଉଥିବା ଦେଖାଦେଇଛି। କାଦୁଅ ପଚପଚ୍ ରାସ୍ତାରେ ଛାତ୍ରଛାତ୍ରୀ ମାନେ ସାଇକେଲ ଧରି ବିଦ୍ୟାଳୟକୁ ଯିବା ଆସିବା କରୁଥିବା ବେଳେ ପଡ଼ିଯାଉଥିବା ମଧ୍ୟ ଅଭିଯୋଗ ହେଉଛି।

ରାସ୍ତା ସମସ୍ୟା ସଂପର୍କରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଓ ଗ୍ରାମ୍ୟ ଉନ୍ନୟନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଅଜିତ ସିଂଙ୍କ ପ୍ରତିକ୍ରିୟା ନେବା ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ୍ ଟିକୁ ରିସିଭ କରିନଥିଲେ। ତୁରନ୍ତ ଏହାର ସମାଧାନ ନହେଲେ ଏହି ପ୍ରସଙ୍ଗକୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.