ଫଳକ ଅଛି କିନ୍ତୁ ସୂଚନା ନାହିଁ: ନବନିର୍ମିତ ବସୁଧା ଯୋଜନା ଓଭର ହେଡ ଟାଙ୍କିରୁ ଝରୁଛି ପାଣି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ସାଧାରଣ ଜନତାଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରଣିତ ହୋଇଛି ବସୁଧା ଯୋଜନା। କିନ୍ତୁ କେତେକ କ୍ଷେତ୍ରରେ କିଛି ସରକାରୀ ବାବୁମାନଙ୍କ ଉଦାସୀନତା ଓ ଠିକାଦାରଙ୍କ ଲାଭଖୋର ମନୋଭାବ ଯୋଗୁଁ ଏହି ଯୋଜନା ଦିଗହରା ହେଉଥିବା ପରିଲକ୍ଷିତ ହୋଇଛି। ଏମିତି ଏକ ଅଭିଯୋଗ ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତରୁ। ରେଗେଡା ଗ୍ରାମର ନଦୀ ପାଖରେ ବସୁଧା ଯୋଜନାରେ ଏକ ଉଚ୍ଚତା ବିଶିଷ୍ଟ ଓଭର ହେଡ ପାଣିଟାଙ୍କି ନିର୍ମାଣ କରାଯାଇଛି। ଏହା ବିନା ସୂଚନା ଫଳକରେ ନିର୍ମିତ ହୋଇଛି। ଏଥିରେ ଫଳକ ନିର୍ମାଣ ହୋଇଛି ସତ କିନ୍ତୁ ସୂଚନା ନାହିଁ। ଏହି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ନିମ୍ନ ମାନର କାମ ହୋଇଥିବା ଯୋଗୁଁ ଓଭର ହେଡ ଟାଙ୍କିରୁ ପାଣି ଝରୁଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଣି ଟାଙ୍କି କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.