OBC ST SC ମିଳିତ ମଞ୍ଚ ଗଠିତ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଉତ୍କେଲା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଓବିସି, ଏସଟି ଓ ଏସସି ବର୍ଗର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷାବିତ୍ ନରେନ୍ଦ୍ର ପ୍ରଧାନ, ସମାଜସେବୀ ରମେଶ ମାଝି, ସମାଜସେବୀ ଅନିରୁଦ୍ଧ ସାହୁ, ଦୂତୀଆ ଦୋରା, ଶରତ ପ୍ରଧାନ, ରମେଶ କୁମ୍ଭାର ପ୍ରମୁଖ ମଞ୍ଚାସିନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତେ ଓବିସି, ଏସଟି, ଏସସି ମାନଙ୍କ ସାମ୍ବିଧାନିକ ହକ୍ ଅଧିକାର, ସରକାରୀ ଯୋଜନାରେ ହେଉଥିବା ଅବହେଳା, ଶିକ୍ଷା, ସ୍ବାସ୍ଥ୍ୟ ସଦଭାବନା ଓ ଅନ୍ୟାନ୍ୟ ବିଷୟକୁ ଦୃଷ୍ଟିରେ ରଖି ଏକ କମିଟି ଗଠନ ପାଇଁ ବୈଠକରେ ପ୍ରସ୍ତାବ ଆଗତ ହୋଇଥିଲା। ସମସ୍ତଙ୍କ ସହମତି କ୍ରମେ କମିଟିର ନାମ “OBC, ST, SC ମିଳିତ ମଞ୍ଚ” ନାମକରଣ କରାଯାଇଥିଲା। ଆଗାମୀ ଦିନରେ କେସିଙ୍ଗା ବ୍ଲକରେ ଏହି ସଂଗଠନ କରାଯିବାକୁ ପ୍ରସ୍ତାବ ଦିଆଯାଇ ଏକ ଅସ୍ଥିୟୀ ଆୟୋଜକ, ୧୦ ଜଣିଆ କମିଟି ଗଠନ କରାଯାଇଥିଲା, ସେମାନେ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରିବାକୁ ସ୍ଥିର ହେଲା। ଏହି କମିଟିରେ ଭୁବନେ ନାଗ(ଯାଦବ), ହରିଶ୍ଚନ୍ଦ୍ର ପଟେଲ,ପାଣ୍ଡେ ଭାଟି, ବନବାସ ଯାନୀ, ପଦ୍ମନ ମାଝୀ, ତେଜ ରାଜ ବେହେରା, ବସୁମାଝି ସୁରସେନ୍ ଶବର, ଧନୁର୍ଜୟ ମାଝୀ, ଭଗବାନ ମେହେର ଡିଲେଶ୍ବର ମେହେର, କେଦାର ମାଝୀ ପ୍ରମୁଖ ରହିଛନ୍ତି। ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ତେଜରାଜ ବେହେରା ଓ ଜୟ ପ୍ରକାଶ ଜାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅର୍ଜୁନ ପୋଡ଼, ଗରିବ ସା, ଅଗଷ୍ଟୀ ସା, ଭୀଷ୍ମ ପ୍ରଧାନ, କପିଲ ଗୌଡ, ଟଙ୍କ ନାଏକ (ଯାଦବ), ରୋମାଞ୍ଚଳ ଶବର, ମିଶନ ମେହେର, ମର୍ଦ୍ଦରାଜ ସାହୁ, ସରପଞ୍ଚ ନରେନ୍ଦ୍ର ମାଝୀ, ତ୍ରିନାଥ ମାଝୀ, କେଦାର ଗୌଡ, ତେଜା ନାଏକ, ଜଳନ୍ଧର ବେହେରା, ସନ୍ତୋଷ ନାଏକ, ଶ୍ରୀକାନ୍ତ ସା, ବେଲାଲ ସେନ ବେହେରା, ତୋଫାନ କୁମାର, ଦୁଃଖୀ କୁମ୍ଭାର, ଲବ କରୂଆଁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗିରିଜା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.