ସିକେରକୁପା ଫାଣ୍ଡି ପରିସରରେ ବନ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବନ ବିଭାଗ ତରଫରୁ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ସିକେରକୁପା ଫାଣ୍ଡି ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ସିକେରକୁପା ସେକ୍ସନ ଫରେଷ୍ଟର ଭାଗିରଥୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଫାଣ୍ଡି କର୍ମଚାରୀ ବିଶ୍ବନାଥ ମହଲା, ଫରେଷ୍ଟ ଗାର୍ଡ ତପିମଣି କୁମାର, ମାଧବୀ ବିଭାର, ମାଧବୀ ଗୋପାଳ ପ୍ରମୁଖ ଯୋଗ ଦେଇଥିଲେ। ବନ ବିଭାଗ ତରଫରୁ ବିଷମ ଗଉଡ଼, ଚନ୍ଦ୍ରଧ୍ବଜ ଶବର, ରାଜ ନାଏକ, ସରୋଜ ପ୍ରଧାନ, ଡେନୀ ସେନାପତି, ସୁଶାନ୍ତ ଗଉଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହିତ ସହଯୋଗ କରିଥିଲେ। ଏହି ଅବସରରେ ଫାଣ୍ଡି ପରିସରରେ ଅତିଥିମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.