ସାମାନ୍ୟ ବର୍ଷାରେ ଭାଙ୍ଗିଗଲା ଅସ୍ଥାୟୀ ପୋଲ

କେରପାଇ-କଚେଲେଖା ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ

ବର୍ଷାଋତୁ ଆରମ୍ଭରୁ ସାଙ୍ଘାତିକ ସ୍ଥିତି

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କିର୍ତ୍ତୀ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଗତକାଲିର ବର୍ଷା ଯୋଗୁଁ କେରପାଈ ଗ୍ରାମପଞ୍ଚାୟତ ଅଧୀନ କେରପାଇ – କଚେଲେଖା ମଧ୍ୟରେ ଥିବା ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲଟି ସମ୍ପୂର୍ଣ୍ଣ ଭାବରେ ଧୋଇନେଇଯାଇଥିବା ଜଣାପଡିଛି । ଫଳରେ କଚେଲେଖା, କୂଟ୍ରୁମାଳି ଏବଂ ପୋଡ଼ାପାଇ ଗ୍ରାମକୁ ଯୋଗାଯୋଗ ବିର୍ଚ୍ଛିନ୍ନ ହୋଇପଡିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଗ୍ରାମବାସୀଙ୍କ ପାଇଁ ଦୁଃସାଧ୍ୟ ହୋଇପଡିଛି । ସୂଚନା ଯୋଗ୍ୟ ଯେ, କେରପାଇ ଠାରୁ କଚେଲେଖକୁ ଗମନା ଗମନ ପାଇଁ ୪ ବର୍ଷ ପୂର୍ବେ ପ୍ରଧାନମନ୍ଦ୍ରୀ ସଡକ ଯୋଜନା ରେ ୨ କିଲୋମଟର ର ରାସ୍ତା ନିର୍ମାଣ ହୋଇସାରିଛି । ହେଲେ କେରପାଇ ଏବଂ କଚେଲେଖା ମଧ୍ୟରେ ନଦୀ ଉପରେ ଏକ ସ୍ଥାୟୀପୋଲ ନିର୍ମାଣ ହୋଇନାହିଁ । ତେଣୁ ସମ୍ପୃକ୍ତ ଗ୍ରାମବାସୀ ଏହି ନଦୀ ଉପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରି ଯାତାୟାତ କରୁଥିଲେ । ଯାହା ଏବେ ବର୍ଷରେ ଧୋଇଯାଇଛି । ଏହାସହ କେରପାଇ, ମେଲରଫ ମେଲରଫା, ଚିମିରଙ୍ଗ ପଦର, ପିଣ୍ଡାପଦର, ସର୍ଗିପଦର ଗ୍ରାମର ଅନେକ ଛାତ୍ରଛାତ୍ରୀ କାଚେଲେଖା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପାଠପଡ଼ିବାକୁ ଯାଇଥାନ୍ତି । ପୋଲ ଭାଙ୍ଗି ଧୋଇଯାଇଥିବାରୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିପାରୁନାହାନ୍ତି । ଅନ୍ୟପକ୍ଷରେ ପଂଚାୟତ କାର୍ଯ୍ୟାଳୟକୁ କିମ୍ବା ବ୍ଲକ ମୁଖ୍ଯାଳୟକୁ ଯେକୌଣସି କାର୍ଯ୍ୟ ପାଇଁ ନଦୀ ଆରପାରିରେ ରହିଥିବା କଚେଲେଖା, କୂଟ୍ରୁମାଳି ଏବଂ ପୋଡ଼ାପାଇ ଗ୍ରାମର ଗ୍ରାମବାସୀଙ୍କ ପାଇଁ ମଧ୍ୟ ଏହି ନଦୀ ବିପଦ ସୃଷ୍ଟି କରିଥାଏ । ଗ୍ରାମବାସୀ ଭାବିଥିଲେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏସବୁ ଅଞ୍ଚଳ ପାଇଁ ଗମନାଗମନ ର ସୁବ୍ୟବସ୍ଥା ହୋଇଯିବ, କିନ୍ତୁ ସ୍ବପ୍ନ ଅଧୁରା ରହିଗଲା । ଏହି ସମସ୍ୟା ନେଇ ଅନେକ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.