ବଡ଼ ଖବର ସଂପାଦକଙ୍କୁ ଅନ୍ୟାୟ ଗିରଫ ଦାରୀର ନିନ୍ଦା କଲା ଉତ୍କଳ ସାମ୍ବାଦିକ ସଂଘ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ବଡ ଖବରର ସଂପାଦକ ତଥା ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତ୍ରିବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ଇଓଡବ୍ଲୁ ଜରିଆରେ ଯେଉଁ ଭଳି ଉଦେଶ୍ୟ ମୂଳକ ଭାବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଧୁ ଦାଶଙ୍କୁ ଗରିଫ କରିଛନ୍ତି ତାହା ଅତି ନିନ୍ଦନୀୟ ଅଟେ। ସତ୍ୟକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବକୁ ଏହି ଘଟଣା କୁଠାର ଘାତ କରୁଥିବା ଭଳି ମନେ ହେଉଛି। ଅଗଣତାନ୍ତ୍ରିକ ଭାବେ ଶ୍ରୀ ଦାଶଙ୍କ ବିରୋଧରେ ହୋଇଥିବା କାର୍ଯ୍ୟନୁଷ୍ଠାନ ଓ ଗିରଫ ଦାରୀର ନିରପେକ୍ଷ ଭାବେ ତଦନ୍ତ କରି ସମ୍ବିଧାନ ଓ ସାମ୍ବାଦିକଙ୍କ ସୁରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ପକ୍ଷରୁ ସୋମବାର ଦିନ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସ୍ତରରୁ ବିଡ଼ିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଜିଲ୍ଲାର ମୁଖ୍ୟାଳୟରେ ଜିଲ୍ଲାପାଳଙ୍କୁ ଓ ବାଲିଗୁଡ଼ାରେ ଉପଜିଲ୍ଲାପାଳଙ୍କ ଜରିଆରେ ମଧ୍ଯ ଏକ ଦାବୀ ପତ୍ର ପ୍ରଦାନ କରାଯିବ। ସଙ୍ଘର ସଭାପତି ସନ୍ତୋଷ କୁମାର ଦାଶ, ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ସତ୍ୟ ନାରାୟଣ ପାଢ଼ୀ, ସଦାଶିବ ପାତ୍ର, ସୁବାଷ ପ୍ରଧାନ, ଫିଲମୋହନ ନାୟକ, ବି.ଭି ଶଙ୍କର, ଦୁଃଖୀ ଶ୍ୟାମ ପ୍ରଧାନ, ବୈଦ୍ୟନାଥ ବେହେରା, ପ୍ରେମ ଚାନ୍ଦ ସିଂ, ସୁବାଷ ଚନ୍ଦ୍ର ମହାରଣା, ପ୍ରତାପ ଦିଗାଲ, ପବିତ୍ର ଦିଗାଲ, ପ୍ରତାପ ନାୟକ, ଆଶୁତୋଷ ସାହୁ, ବସନ୍ତ ବେହେରା, ହେମନ୍ତ ମୁଖୀ, ସୁଧାଂଶୁ କହଁର, ଧର୍ମପଦ ନାୟକ, ଅଶ୍ୱିନୀ ମନ୍ତ୍ରୀ, ଓ ତରଣୀ ସେନ ସାହୁ, ଲଷ୍ମୀକାନ୍ତ ରାଜଗୁରୁ ପ୍ରମୁଖ ନିନ୍ଦା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.