ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀରେ କନ୍ଧମାଳର ବିଭିନ୍ନ ଦଣ୍ଡନାଟ ଦଳର କୃତିତ୍ୱ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜାମ ଜ଼ିଲ୍ଲା ବରିଷ୍ଠ କଳାକାର ସଂଘର ତୃତୀୟ ବାର୍ଷିକ ଉତ୍ସବରେ ଆୟୋଜିତ ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀରେ କନ୍ଧମାଳ ଦଣ୍ଡନାଟ କୃତିତ୍ୱ ହାସଲ କରିପାରିଛି । ବାଲିଗୁଡା ବ୍ଲକ ବାରଖମାର ଯୁବ କଳାକାର ସଚିଦାନନ୍ଦ ପାତ୍ରଙ୍କ ନେତୃତ୍ୱ ରେ ମା’ ସୂର୍ଯ୍ୟକାଳୀ ଦଣ୍ଡନୃତ୍ୟ ସଂଘର କଳାକାରମାନେ ଯୋଗଦେଇଥିଲେ ।

Omkar Vasthu
Omkar Vasthu


ଏଥିରେ ଅଂଚଳର ଜଣାଶୁଣା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ କୁମାର ସାହୁ ବୀଣାକାର ଭୂମିକାରେ ସଫଳ ଅଭିନୟ କରି ଦଳ ପାଇଁ କୃତିତ୍ୱ ଅର୍ଜନ କରି ମୁଖ୍ୟ ଅତିଥି ପୂର୍ବତନ ବ୍ରହ୍ମପୁର ବିଡିଏ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣାଙ୍କ ଠାରୁ ଉପଢୌକନ, ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି ଏବଂ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେହିପରି ନନ୍ଦିନୀକାଳୀ ଦଣ୍ଡନୃତ୍ୟ ଦଳ ରେବିଙ୍ଗିଆ ପକ୍ଷରୁ ସମାଜସେବୀ ପୁରସ୍ତମ ବେହେରାଙ୍କ ନେତୃତ୍ୱରେ ବୀଣାକାର ଭୂମିକାରେ ଗୋବିନ୍ଦ ଚନ୍ଦ୍ର ବେହେରା ନିଖୁଣ ଅଭିନୟ କରି କୃତିତ୍ୱ ଅର୍ଜନ କରି ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି ।


ବାରଖମା ଦଣ୍ଡନୃତ୍ୟ ଦଳର କାରୁଆଣି ଚରିତ୍ରରେ ଶ୍ୟାମ ସିଂ ପାତ୍ର, ବିକାଶ ସାହୁ, ବାଦ୍ୟ ଯନ୍ତ୍ରରେ ଗଜାଧର ନାୟକ, ଲେଡ଼େ ନାୟକ, ଦୁଃଶାସନ ନାୟକ, ଚକ୍ରମଣି ନାୟକ ଏବଂ ରେବିଙ୍ଗିଆ ଦଳରେ ବାଦ୍ୟକାର ବୁରି ନାୟକ ସହଯୋଗ କରିଥିଲେ । ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀରେ ଜ଼ିଲ୍ଲା ତରଫରୁ ପ୍ରତିନିଧିତ୍ବ କରି ଗୌରବ ଆଣିଥିବା ଦୁଇଦଳକୁ ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ସାଧୁବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.