ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ,ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣି ‘ଉତ୍କଳମଣି’ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଓ ଆଲୋଚନାଚକ୍ର ‘ସେବା ଓ ସେବକ’ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଏଲଏମ ଡିପିଏମ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ। ବିବେକସେନାର ପ୍ରତିଷ୍ଠାତା ଡ଼. ଶିବରାମ ନାୟକ, ସମାଜସେବୀ ବିବେକସେନା ଭବାନୀପାଟଣା ବ୍ଲକ ମୁଖ୍ୟ ନବୀନ କୁମାର ସା, ସମାଜସେବୀ ସୁମିତ ଶତପଥୀ, ଆଇନଜୀବୀ ସୁମିତ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଦ୍ବିବେଦୀ, କିସ୍ ର ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ବିବେକ ସେନା ନର୍ଲା ବ୍ଲକ ସଭାପତି ମୋହନ କୁମାର ଭଟ୍ଟ ସଭା ପରିଚାଳନା କରିଥିଲା ବେଳେ ଶିକ୍ଷାବିତ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଦେଇଥିଲେ। ସୁଶାନ୍ତ ନାଏକ, ଜଗମୋହନ ମାଝୀ, ଘନଶ୍ୟାମ ପ୍ରଧାନ, ବୃଷଭ ଦାସ, ତୁଳସା ମାଝୀ, ବୈଶାଖୀ ନାଏକ ପ୍ରମୁଖ ସହଯୋଗ କରିଥିଲେ।