ପିତାମହଲ ଆଶ୍ରମ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୃକ୍ଷ ହିଁ ବିପଦ ମୁଖୀ ପୃଥିବୀକୁ ବଞ୍ଚେଇ ପାରିବ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ନିକଟସ୍ଥ ପିତାମହଲ ଆଶ୍ରମ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ଥିବା ଖୋଲା ପଡିଆ ଚାରିପାଖରେ ୨୦୦ ବୃକ୍ଷ ରୋପଣ କରାଯାଇଥିଲା। ପିଲାମାନେ ନିଜେ ଦଳବଦ୍ଧ ହୋଇ ପଡିଆରେ ଅଁଳା, ବେଲ, ହରିଡା, ନିମ୍ବ, ପଣସ, ବଉଳ, ଜାମ କୋଳି ଆଦି ଗଛ ଲଗାଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିଶ ଶ୍ୟାମଘନ ଭୂୟାଙ୍କ ସଭାପତିତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ରାୟଗଡ଼ା ରେଞ୍ଜ ଅଧିକାରୀ ସଂଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ ସହ ଜୀବନ ଶୈଳୀକୁ ବଦଲେଇ ପାରିଲେ ଆମେ ଆଗାମୀ ଭବିଷ୍ୟତକୁ ବଞ୍ଚେଇ ପାରିବା। ଅନ୍ୟଥା ଆଗାମୀ ପଚାଶ ବର୍ଷ ଭିତରେ ପୃଥିବୀରେ ହୁଏତ ଜୀବ ବାସ ସମ୍ଭବ ହୋଇପାରିବନି ବୋଲି ଗୁରୁତ୍ବାରୋପ କରିଥିଲେ । ବନ ରକ୍ଷକ ଗୌରୀ ଶଙ୍କର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗଛ ଲଗାଇବାର ଆବଶ୍ୟକତା ଓ ତାପରର ଯତ୍ନ ସମ୍ପର୍କରେ ପିଲାଙ୍କ ଭିତରେ ସଚେତନ କରାଇଥିଲେ । ଜଙ୍ଗଲ ବିଭାଗ ଟିମ୍ ଲିଡର ଲିଙ୍ଗରାଜ ମିଶ୍ର ଗଛ ରୋପଣକାର୍ଯ୍ୟକ୍ରମକୁ ଏକ ଉତ୍ସବ ଭାବେ କେବଳ ପାଳନ କରିବା ନାହିଁ ସମ୍ପର୍କରେ ଅନ୍ୟଙ୍କୁ ସଚେତନ କରାଇବା ଉଚିତ ବୋଲି କହିଥିଲେ । ସଭାପତି ଭୂୟାଁ ଶିଶୁ ଓ ଗଛ ମଧ୍ୟରେ ସମ୍ପର୍କକୁ ବୁଝାଇଥିଲେ । ଗଛ ହିଁ ବିଶ୍ବକୁ ବଞ୍ଚାଇବ ଏବଂ ଆଗାମୀ ଦିନରେ ମାଡ଼ି ଆସୁଥିବା ବିଶ୍ବ ତାପାୟନରୁ ଜୀବଜଗତକୁ ଉଦ୍ଧାର କରିପାରିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ସାହୁ କହିଥିଲେ । ଶିକ୍ଷୟିତ୍ରୀ ସୋନାଲି ମିଶ୍ରଙ୍କ ନିର୍ଦ୍ଦେଶନାରେ ବା ଳିକାମାନେ ବୃକ୍ଷରୋପଣକୁ ନେଇ ଏକ ସଙ୍ଗୀତାଭିନୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ ରକ୍ଷକ ସନ୍ତୋଷ ପାଣିଗ୍ରାହୀ, ପଦ୍ମା ବତୀ ପାଢ଼ୀ, ଶକୁନ୍ତଳା କଣ୍ଡ।ଗରୀ, ନିରୁପମା ମହାପାତ୍ର, ରବି ଚନ୍ଦ୍ର ପାତ୍ର, ମେଟ୍ରନ ସୁଜାତା ମହାଙ୍କୁଡ, ସମ୍ବରୁ ଉଲ୍ଲକା, ଉମେଶ ସାରକା, ପୂର୍ଣା ପ୍ର।ସ୍କା ଓ ମୁରଲୀ ପାଲକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.