ସ୍ବେଛାସେବୀଙ୍କ ପ୍ରଚେଷ୍ଟାରେ ଦେବାଶିଷଙ୍କୁ ମିଳିଲା ଆଶାବାଡି

ଓଡ଼ିଆ ବାର୍ତ୍ତା/ କଳମପୁର: କଳାହାଣ୍ଡି ଜିଲ୍ଲା କଳମପୁର ବ୍ଳକ ବିଜମରା ଗାଁର ଦେବାଶିଷ ସରାଫ ଠିକରେ ଚାଲିବାପାଇଁ ଅନେକ ସମୟରେ ହଇରାଣ ହେଉଥିଲେ । ସେ ଦିବ୍ୟାଙ୍ଗ ହେତୁ ବାହାରେ ବୁଲାଚଳା କରିବାପାଇଁ ଅନେକ ସମୟରେ ହଇରାଣ ହେଉଥିଲେ । ତାଙ୍କୁ ଗୋଟିଏ ଆଶାବାଡି ସହ ଭତ୍ତା ଟିଏ କରିଦେବାପାଇଁ ଅନେକ ସମୟରେ ପଞ୍ଚାୟତ କତୃପକ୍ଷଙ୍କୁ ଗୁହାରି କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନଥିଲା । ଏହି ସମସ୍ୟା ବିଷୟରେ କିଛିଦିନ ତଳେ ଖବର ପାଇ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ସ୍ବେଛାସେବୀ ଯଶୋବନ୍ତ ରଣା ତାଙ୍କ ଠାରୁ ସମସ୍ତ ଡକ୍ୟୁମେଣ୍ଟ ସଂଗ୍ରହକରି କଳାହାଣ୍ଡି ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଅଧିକାରୀ ମଦନଜିତ ହୋତାଙ୍କୁ ଜଣେଇ ତାଙ୍କୁ ଗୋଟିଏ ଆଶାବାଡି ଦେବା ସହ ଦିବ୍ୟାଙ୍ଗ ଭତ୍ତା ଦେବାକୁ ନିବେଦନ କରିଥିଲେ । ସମସ୍ୟାକୁ ଗୁରୁତ୍ୱର ସହ ନେଇ କଳମପୁର ବିଏସଏସଓଙ୍କ ଜରିଆରେ ଦେବାଶିଷଙ୍କୁ ଏକ ଆଶାବାଡି ପ୍ରଦାନ କରିବାସହ ତାଙ୍କର ଦିବ୍ୟାଙ୍ଗ ଭତ୍ତା ମଧ୍ୟ ଶୀଘ୍ର ହେବବୋଲି ପ୍ରତିଶୃତି ଦେଇଛନ୍ତି । ଆଶାବାଡି ପାଇଲା ପରେ ଦେବାଶିଷ ଖୁସିରେ ବିଭୋର ହୋଇ ସ୍ଵେଛାସେବୀ ଯଶୋବନ୍ତ ରଣା, ଡ଼ିଏସଏସଓ ମଦନଜିତ ହୋତା, କଳମପୁର ବିଏସଏସଓ ଓ ଅରୁଣ ମହାପାତ୍ରଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.