ସ୍ତ୍ରୀର ଅନୈତିକ ସମ୍ପର୍କ ଦେଖି ଆତ୍ମହତ୍ୟା କଲେ ସ୍ବାମୀ

ପରପୁରୁଷ ସହ ନିଜ ସ୍ତ୍ରୀକୁ ଅସଞ୍ଜତ ଅବସ୍ଥାରେ ଦେଖି ଦାନାଦାର ଖାଇଦେଲେ ସ୍ବାମୀ, ଡାକ୍ତରଖାନାରେ ମୃତ୍ୟୁ 

ଓଡ଼ିଆ ବାର୍ତ୍ତା/ ନିଆଳୀ: ଗୋବିନ୍ଦପୁର ଥାନା ଅଞ୍ଚଳର ଜୈନେକ ବ୍ୟକ୍ତି ନିଜ ସ୍ତ୍ରୀର ଅନୈତିକ ସମ୍ପର୍କ ଦେଖି ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ଅନୁଯାୟୀ ମହିଳା ଜଣକ ତାଙ୍କ ବାପଘର ଅଞ୍ଚଳରେ ଜଣେ ଯୁବକଙ୍କ ସହିତ ଅନୈତିକ ସମ୍ପର୍କ ରଖୁଥିଲେ। ତେଣୁ ସେ ଅନେକ ସମୟ ବାପଘରେ ରହୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବାପଘରୁ ସ୍ତ୍ରୀକୁ ନିଜଘରକୁ ନେଇ ଆସିଥିଲେ ତାଙ୍କ ସ୍ବାମୀ। ତେବେ ମହିଳାଙ୍କ ସ୍ବାମୀ ଘରେ ନଥିବା ସୁଯୋଗ ନେଇ ସଂପୃକ୍ତ ଯୁବକ ଜଣକ ଏଠାରେ ପହଞ୍ଚି ଥିଲେ। ଯୁବକ ଓ ମହିଳା ଅସଞ୍ଜତ ଅବସ୍ଥାରେ ଥିବା ଦେଖି ମହିଳାଙ୍କ ସ୍ବାମୀ ଦାନାଦାର ଖାଇ ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ଜାଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.