ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ବ୍ୟାସଦେବଙ୍କ ଜନ୍ମଦିବସକୁ ‘ବ୍ୟାସ ପୂର୍ଣ୍ଣିମା’ ବା ‘ଗୁରୁ ପୂର୍ଣ୍ଣିମା’ ରୂପେ ପାଳନ କରାଯାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ଗୁରୁ ଶ୍ରେଷ୍ଠ ଓ ସମସ୍ତେ ଗୁରୁଙ୍କୁ ସମ୍ମାନ ଏବଂ ଭକ୍ତି କରିବା ବିଧେୟ। ସମସ୍ତ ଶିକ୍ଷାର୍ଥୀ ଗୁରୁ ଭକ୍ତି ସହ ବାପା ମା’ଙ୍କୁ ପ୍ରଥମ ଗୁରୁ ରୂପେ ପୂଜା କରିବା ଓ ଗୁରୁ ଶିଷ୍ୟ ପରମ୍ପରାକୁ ସୁଦୃଢ଼ ପାଇଁ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ସ୍କୁଲ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ନବୀନ କୁମାର ସା ସଭା ପରିଚାଳନା କରିଥିବା ବେଳେ ଘନଶ୍ୟାମ ପ୍ରଧାନ, ବୃଷଭ ଦାସ, ତୁଳସା ମାଝୀ, ଜଗମୋହନ ମାଝୀ, ବିଳାସିନୀ ରାଉତ, ହାରିପ୍ରିୟା ଖରସେଲ, ବର୍ଷା ରାଉତ, ବୈଶାଖୀ ନାଏକ ଓ ସୁଶାନ୍ତ ନାଏକ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ଚନ୍ଦ୍ରପ୍ରଭା ମିଶ୍ର। ଗୁରୁ ପୂର୍ଣ୍ଣିମା ପାଳନ ସମାରୋହରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.