କଳାହାଣ୍ଡି ଜିଲ୍ଲାପାଳଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ

ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଯୋଗଦେବା ପରେ ଆଜି ଲାଞ୍ଜିଗଡ଼ ବ୍ଲକକୁ ପ୍ରଥମ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ ଚମ୍ପାଦେଇପୁର ନିକଟସ୍ଥ ସାପୁଲକୁଚାରେ ଚାଲିଥିବା ଅମ୍ରୁତସାଗର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ ‌। ସେହିପରି ହରିହରପୁର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଚାଲିଥିବା ମନରେଗା କାର୍ଯ୍ୟ ଗୁଡ଼ିକର ତଦାରଖ କରିଥିଲେ । ଏହାପରେ ଜିଲ୍ଲାପାଳ ଲାଞ୍ଜିଗଡ଼ ସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଲାଞ୍ଜିଗଡ଼ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହିତ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହାପରେ ଲାଞ୍ଜି ଗ୍ରାମପଞ୍ଚାୟତର ବିକାଶ ନଗର, ଭଟ୍ଟାଙ୍ଗପଦର ୫ଟି ସ୍କୁଲ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ସହିତ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ଲମ୍ବୋଧର ପ୍ରଧାନ, ଲାଞ୍ଜିଗଡ ବ୍ଲକ ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, କନିଷ୍ଠ ଯନ୍ତ୍ରୀ ସ୍ମିତାରାଣି ବିଶ୍ୱାଳ, ଗୋଲକ ଭୋଇ, ଲାଞ୍ଜି ପଞ୍ଚାୟତ ନିର୍ବାହି ଅଧିକାରୀ ଅଲେଖ ସା, ସମାଜସେବୀ ହରିଶଙ୍କର ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.