‘ମିଶନ ଶକ୍ତି’ ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ‘ମିଶନ ଶକ୍ତି’ ଯୋଜନା ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଭାରତ ସରକାର ୧୫ଦଶ ଅର୍ଥ ଆୟୋଗର ୨୦୨୧- ୨୨ରୁ ୨୦୨୫ -୨୬ ଅବଧି ମଧ୍ୟରେ ମହିଳା ମାନଙ୍କର ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ଏକ ସମନ୍ୱିତ ଯୋଜନା ରୂପରେ ‘ମିଶନ ଶକ୍ତି’ – ଏକ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ‘ମିଶନ ଶକ୍ତି’ର ମାନଦଣ୍ଡ ଗୁଡିକ ୦୧.୦୪.୨୦୨୨ରୁ ଲାଗୁ ହେବ ।

Omkar Vasthu
Omkar Vasthu

‘ମିଶନ ଶକ୍ତି’ ମିଶନ ମୋଡ ଅନ୍ତର୍ଗତ ଏକ ଯୋଜନା ଅଟେ, ଯାହାର ଉଦ୍ଦେଶ୍ୟ ହେଉଛି ମହିଳା ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ହସ୍ତକ୍ଷେପକୁ ସୁଦୃଢ଼ କରିବା । ଏହା ଜୀବନ – ଚକ୍ରରେ ନିୟମିତ ଭାବରେ ମହିଳା ମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟା ଗୁଡିକର ସମାଧାନ କରି ଏବଂ ସେମାନଙ୍କୁ ସମ୍ମିଳିତ କରି ଏବଂ ନାଗରିକ ଭାଗିଦାରୀ ମାଧ୍ୟମରେ ରାଷ୍ଟ୍ର – ନିର୍ମାଣ କ୍ଷେତ୍ରରେ ସମାନ ଭାଗୀଦାର କରିବା ସହିତ “ମହିଳା – ନେତୃତ୍ୱାଧୀନ ବିକାଶ” ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାକୁ ସାକାର କରିବାର ପ୍ରୟାସ କରିଥାଏ ।

Pearl dental clinic
Near Ashish Medical Store, Bhawanipatna

ଏହି ଯୋଜନା ମହିଳା ମାନଙ୍କୁ ହିଂସା ଏବଂ ବିପଦ ମୁକ୍ତ ପରିବେଶରେ ନିଜର ମସ୍ତିଷ୍କ ଏବଂ ଶରୀର ଉପରେ ସ୍ୱତନ୍ତ୍ର ବିକଳ୍ପର ପ୍ରୟୋଗ କରାଇ ଆର୍ôଥକ ରୂପରେ ସଶକ୍ତ କରିବା ପାଇଁ ପ୍ରୟାସ କରିଥାଏ । ଏହା ମହିଳା ମାନଙ୍କ ଉପରେ ଘରୋଇ ଦାୟିତ୍ୱ/ ଯତ୍ନର ବୋଝକୁ କମ୍ କରି ଏବଂ ଦକ୍ଷତା ବିକାଶ, କ୍ଷମତା ବିକାଶ, ବିତୀୟ ସାକ୍ଷରତା, କ୍ଷୁଦ୍ର ଋଣ (ମାଇକ୍ରୋ – କ୍ରେଡିଟ୍‌) ନିକଟରେ ପହଂଚିବା ଇତ୍ୟାଦିକୁ ପ୍ରୋତ୍ସାହିତ କରି ମହିଳା ଶ୍ରମ ଶକ୍ତିର ଭାଗୀଦାରୀତାକୁ ବୃଦ୍ଧି କରିବା ନିମନ୍ତେ ଚେଷ୍ଟା କରିଥାଏ ।

Udyog Nursery
Udyogi Nursery

ମିଶନ ଶକ୍ତିର ଦୁଇଟି ଉପ – ଯୋଜନା ରହିଛି, ସେଗୁଡିକ ହେଉଛି, ‘ସମ୍ବଳ’ ଏବଂ ‘ସାମର୍ଥ୍ୟ’ । “ସମ୍ବଳ” ଉପ – ଯୋଜନା ମହିଳା ମାନଙ୍କ ସୁରକ୍ଷା ଏବଂ ନିରାପତା ନିମନ୍ତେ ରହିଥିବା ବେଳେ, “ସାମର୍ଥ୍ୟର୍ ଉପ – ଯୋଜନା ମହିଳା ମାନଙ୍କର ସଶକ୍ତିକରଣ ନିମନ୍ତେ ହୋଇଥାଏ । ‘ସମ୍ବଳ’ ଉପ – ଯୋଜନାର ଉପାଦାନ ଗୁଡିକ ମଧ୍ୟରେ ୱାନ୍ ଷ୍ଟପ୍ ସେଂଟର (ଓଏସ୍‌ସି), ମହିଳା ହେଲ୍ପ ଲାଇନ୍ (ଡବ୍ଲ୍ୟୁଏଚ୍‌ଏଲ୍‌) ବେଟୀ ବଚାଓ ବେଟୀ ପଢ଼ାଓ (ବିବିବିପି) ଯୋଜନା ଗୁଡିକ ରହିଛି, ଯେଉଁଥିରେ ଏକ ନୂତନ ଉପାଦାନ ନାରୀ ଅଦାଲତ – ମହିଳା ମାନଙ୍କର ସାମୂହିକ ବିକଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ସୁବିଧା ପ୍ରଦାନ କରିବା ନିମନ୍ତେ ସମାଜରେ ଏବଂ ପରିବାର ଗୁଡିକ ଭିତରେ ବିବାଦ – ସମାଧାନ ଏବଂ ଲିଙ୍ଗ ଭିତିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।

‘ସାମର୍ଥ୍ୟ’ ଉପ – ଯୋଜନାର ଉପାଦାନ ଗୁଡିକ ଭିତରେ ଉଜ୍ଜ୍ୱଳା, ସ୍ୱାଧାର ଗୃହ ଏବଂ କାମ କରୁଥିବା ମହିଳା ମାନଙ୍କ ପାଇଁ ଛାତ୍ରୀ ନିବାସ ବ୍ୟବସ୍ଥାର ପୂର୍ବବର୍ତୀ ଯୋଜନା ଗୁଡିକରେ ସଂଶୋଧନ ସହିତ ସାମିଲ୍ ଅଟେ । ଏହା ସହିତ, କାର୍ଯରତ ମାଆ ମାନଙ୍କର ଛୁଆ ମାନଙ୍କ ନିମନ୍ତେ ଜାତୀୟ କ୍ରେଚ୍ ଯୋଜନା ଏବଂ ଛତ୍ର ଆଇସିଡିଏସ୍ ଅଧୀନରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ)ର ବର୍ତମାନ ପ୍ରଚଳିତ ଯୋଜନା ଗୁଡିକୁ ସାମର୍ଥ୍ୟରେ ସାମିଲ୍ କରା ଯାଇଛି । ସାମର୍ଥ୍ୟ ଯୋଜନାରେ ବିତୀୟ ସଶକ୍ତିକରଣ ନିମନ୍ତେ ଗ୍ୟାପ୍ ଫଣ୍ଡିଂ ନାମରେ ଏକ ନୂତନ ଉପାଦାନ ଯୋଡା ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.