‘ଯିଏ ଜିତାତ୍ମା ତାଙ୍କ ହୃଦୟରେ ପରମାତ୍ମା ନିଶ୍ଚଳ ହୋଇ ଥାଆନ୍ତି’

ଧ୍ୟାନ ଯୋଗର ବିସ୍ତୃତ ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ କବି ବନ୍ଧୁ ପରିବାରର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ, ପରିବାରର ବଡ଼ଭାଇ ବିଶ୍ବେଶ୍ବର ମାଝୀଙ୍କର ପୌରହିତ୍ୟରେ ଏହି ସତସଙ୍ଗ ଅନୁଷ୍ଠିତ ହୋଇଥିଲା ।ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଆଭିମୁଖ୍ୟ ରଖିବା ସହ ବିଶ୍ବେଶ୍ବର ମାଝୀ ଓମକାର ନାଦଧ୍ବନି ଏବଂ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଜଣାଇ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ କଥା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବଚକ, ଆଲୋଚକ, ପ୍ରବଚକ, ଗବେଷକ, ଅନାଦି ଚରଣ ମାହାଳି ଧ୍ୟାନ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ଷଷ୍ଠ ଅଧ୍ୟାୟ, ଧ୍ୟାନ ଯୋଗର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ । କର୍ମଫଳ ପ୍ରତି ଆସକ୍ତି ନ ରଖି ଯିଏ କର୍ତ୍ତବ୍ୟ କର୍ମ କରେ, ସେ ଏକାଧାରରେ ସନ୍ୟାସୀ ଓ ଯୋଗୀ ଅଟନ୍ତି । ସଂକଳ୍ପ ତ୍ୟାଗ ନ କଲେ କେହି ଯୋଗୀ ହୋଇ ପାରନ୍ତି ନାହିଁ । ଜୀବାତ୍ମାକୁ ଆତ୍ମବଳ ଦ୍ବାରା ଉଦ୍ଧାର କରିବା, ତାକୁ କଦାପି ନିମ୍ନଗାମୀ କରାଇବ ନାହିଁ, ବିବେକଯୁକ୍ତ ମନ ଆତ୍ମା ବନ୍ଧୁ ଅଟେ । ବିଷୟାସକ୍ତ ଆତ୍ମାର ଶତ୍ରୃ ଅଟେ । କର୍ମର ଗତି ଗହନ ଅଟେ ଅର୍ଥାତ କର୍ମତତ୍ତ୍ୱ ବୁଝିବା କଠିନ ଅଟେ । ଯେଉଁ ଜନ କର୍ମ ମଧ୍ୟରେ ଅକର୍ମ ଓ ଅକର୍ମ ମଧ୍ୟରେ କର୍ମ ଦେଖନ୍ତି, ସେ ମନୁଷ୍ୟ ମାନଙ୍କ ମଧ୍ୟରେ ବୁଦ୍ଧିମାନ ଯୋଗୀ ଓ ସକଳ କର୍ମର କର୍ତ୍ତା ଅଟନ୍ତି । ଯିଏ ଜିତାତ୍ମା ତାଙ୍କ ହୃଦୟରେ ପରମାତ୍ମା ନିଶ୍ଚଳ ହୋଇ ଥାଆନ୍ତି ଭଳି ଅନେକ ତାତ୍ତ୍ବିକ ଆଲୋଚନା ପଣ୍ଡିତ ଶ୍ରୀଯୁକ୍ତ ମାହାଳି ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ ।‌ ଶେଷରେ ସଂଯୁକ୍ତା ରାଉତ ମଧ୍ୟ ନିଜ ବକ୍ତବ୍ୟରେ ଧ୍ୟାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିବା ସହ ପଣ୍ଡିତଜୀଙ୍କର ବକ୍ତବ୍ୟ ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ମନ୍ତବ୍ୟ ଦେଇଥିଲେ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଓ ସ୍ନେହ ମିଶ୍ର ଶାନ୍ତିପାଠ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.