ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ସଭାଗୃହଠାରେ ଆଜି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଆସି ନିଜ ନିଜର ସମସ୍ୟା ଲିଖିତ ଭାବରେ ଜଣେଇଥିଲେ। ବ୍ଲକର ୨୪୧ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଆବାସ ଘର, ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କ ଭତ୍ତା, ତହସିଲ ସମ୍ପର୍କୀୟ ଜମି ବାଡି ମାମଲା, ଜଙ୍ଗଳ ଜମିର ପଟା ଓ ନିମ୍ନ ମାନର ଛତୁଆ ବଣ୍ଟନ, କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁ ଗୁଡିକରେ ବେଆଇନ ଭାବରେ ଦେଶି ବିଦେଶି ମଦ ବିକ୍ରି ବିଷୟରେ ଲିଖିତ ଭାବରେ ଅଭିଯୋଗ ଆସିଥିବାର ଜଣାପଡିଛି। ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଶା ରେଡି, ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ଏସପି, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନୀ ସାହୁ, ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧା, ତହସିଲଦାର ବାସନ୍ତୀ ସେଠି ଓ ସମସ୍ତ ବିଭାଗର ଜିଲ୍ଲା ସ୍ତରିୟ ଅଧିକାରୀମାନେ ଉପସ୍ଥିତ ଥିଲେ।