ଇଶାଣୀବ୍ରହ୍ମପୁରରେ ବ୍ଲକସ୍ତରୀୟ ପ୍ରଗତିଶୀଳ କୃଷି କର୍ମଶାଳା

ଓଡ଼ିଆ ବାର୍ତ୍ତା/ କିଶୋରନଗର: ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ କିଶନନଗର ତହସିଲ ଅଧୀନ ଇଶାଣୀବ୍ରହ୍ମପୁର ନେଉଟିଆକଣ ବଟମହାପୁରୁଷ ମଠ ପ୍ରାଙ୍ଗଣରେ ମଙ୍ଗଳବାର ନିଶ୍ଚିନ୍ତକୋଇଲି ବ୍ଲକ କୃଷି ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ପ୍ରାକୃତିକ, ପ୍ରଗତିଶୀଳ ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ବ୍ଲକ କୃଷି ଅଧିକାରିଣୀ ଶୁଭସ୍ମିତା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କର୍ମଶାଳାରେ କୃଷି ବିଜ୍ଞାନୀ ଡ. ରଞ୍ଜନ କୁମାର ମହାନ୍ତ, ଡ. ରାଜନ୍ କମ୍ବୋଜ, ପ୍ରାଣୀ ଚିକିତ୍ସକ ଡ. ପ୍ରକାଶ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉତ୍ତମ ଫସଲ ଅମଳ ପାଇଁ ପ୍ରଥମେ ମୃତ୍ତିକା ପରୀକ୍ଷା, ସବୁଜ ସାର ବ୍ୟବହାର କରିବା, ବିହନ ବିଶୋଧନ କରିବା, ସନ୍ତୁଳିତ ରାସାୟନିକ ସାର ଔଷଧ ଜମିରେ ପ୍ରୟୋଗ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ଜୈବିକ ସାର ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ବିଧାୟକ ଶ୍ରୀ ସେଠୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ଓ ନୂତନ ଭତ୍ତା ବଣ୍ଟନ କରିବା ସହ ସଫଳ ଚାଷୀଙ୍କୁ ସମ୍ମାନିତ କରିଥିଲେ। ରଘୁନାଥ ଚୌଧୁରୀ, ଦୀପକ ମହାନ୍ତି, ବିଦ୍ୟାଧର ବେହେରା, ଅମିୟ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.