ବାଲ୍ୟ ବିବାହ ନିରାକରଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଯୋଜନା (୨୦୨୬-୨୦୨୯) କାର୍ଯ୍ୟାନ୍ୱୟନ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଦ୍ୱାରା ୟୁନିସେଫର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା , ବ୍ଲକ୍ ତଥା ପଞ୍ଚାୟତ ସ୍ଥର’ର ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ତାଲିମ ଦିଆ ଯାଇଥିଲା। ୟୁନିସେଫ ଭୁବନେଶ୍ୱର’ରୁ ଆସିଥିବା ଶିଶୁ ସୁରକ୍ଷା ପରାମର୍ଶ ଅଧିକାରୀ ଶ୍ରୀ ଘାସିରାମ ପଣ୍ଡା , ଅଂଶଗ୍ରହଣ କରିଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମଚାରୀ’ଙ୍କ ସହଭାଗିତା ନେଇ ବିଭିନ୍ନ ଅଭ୍ୟାସ ଓ ଶିକ୍ଷ୍ୟା ପ୍ରଦାନ କରିଥିଲେ । ୨୦୨୩ ମସିହାରେ ଗଜପତି ଜିଲ୍ଲା ରାଜ୍ୟରେ ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବା ଦ୍ୱିତୀୟ ଜିଲ୍ଲାର ସମ୍ମାନ ଲାଭ କରିଥିଲା , ତେଣୁ ଏହି ଦିଗରେ ଭବିଷ୍ୟତରେ ଆଗେଇ ନେବାକୁ ସେ ଆହ୍ୱାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ଏହି ତାଲିମ ପ୍ରାପ୍ତି କର୍ମଚାରୀ ଭବିଷ୍ୟତରେ ବାଲ୍ୟ ବିବାହ ନିରାକରଣର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଆଶାବାଦୀ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.