ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଦର୍ଶ (ମଡେଲ) ଥାନା ପକ୍ଷରୁ ନିଶା ମୁକ୍ତ ଓଡିଶା ଅଭିଯାନ” ଅବସରରେ ଏକ “ଆମ ପୋଲିସ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ:ଡି:ପି:ଓ ଶ୍ରୀ ମଧବା ନନ୍ଦ ନାୟକ ଏବଂ ଆଦର୍ଶ ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସମାଜସେବୀ, ଛାତ୍ରଛାତ୍ରୀ, ଜନସାଧାରଣ ଏବଂ ପୋଲିସ ଅଧିକାରୀ ମାନେ ଯୋଗ ଦେଇ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଓ ଏହାର ନିରାକରଣରେ ସମାଜର ସକ୍ରିୟ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ସମସ୍ତେ ନିଶା ବିରୋଧୀ ସଚେତନତା ସୃଷ୍ଟି କରି ଏକ ସୁସ୍ଥ , ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ । ପରେ ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତା ଦେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ରାଲିରେ ଅଂଶଗ୍ରହଣକାରୀ ମାନେ ବ୍ୟାନର ଧରି ନିଶା ବିରୋଧୀ ସ୍ଲୋଗାନ ଦେଇ ବିଶେଷ କରି ଯୁବପିଢ଼ି’ଙ୍କୁ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ଏବଂ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ।





