ଆଦର୍ଶ ପ୍ରଧାନଶିକ୍ଷକ ନିକୁଞ୍ଜ କିଶୋର ଦାଶଙ୍କୁ ଅବସରକାଳୀନ  ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଟକ (ଜଗନ୍ନାଥ ଆଚାର୍ଯ୍ୟ): ରଘୁନାଥପୁର ବ୍ଲକର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଆଦର୍ଶ ପ୍ରଧାନଶିକ୍ଷକ ନିକୁଞ୍ଜ କିଶୋର ଦାଶ ମଙ୍ଗଳବାର ସେବାନିବୃତ୍ତ ହୋଇଛନ୍ତି। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାତ କୁମାରୀ ବିଶ୍ୱାଳଙ୍କ ପୌରୋହିତ୍ୟରେ ଏନେଇ ଆୟୋଜିତ ଏହି ସମାରୋହରେ ‘ପଞ୍ଚସଖା ଶିକ୍ଷା ସେତୁ’ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ଅନୁଷ୍ଠାନ ‘ଆଗାମୀ ଓଡ଼ିଶା’ର ସଭାପତି ବିଜୟ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିଲୀପ ସ୍ୱାଇଁ, ଶିକ୍ଷାବିତ, ସ୍ତମ୍ଭକାର, ଲେଖକ ପ୍ରଦୀପ୍ତ ଆଚାର୍ଯ୍ୟ, ସିର୍ଲୋ ନବଗ୍ରାମ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଦୀପ୍ତିଶିଖା ବେହେରା, ଅଧ୍ୟାପକ ଆଶିଷ ଚକ୍ରବର୍ତ୍ତୀ, ରେଢୁଆ ବୃନ୍ଦାବନ ଚନ୍ଦ୍ର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରିତା ରାଉତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପ୍ରଣତୀଲତା ଦାଶ, ପ୍ରଧାନଶିକ୍ଷକ ରଞ୍ଜନ ମିଶ୍ର, ପ୍ରଧାନଶିକ୍ଷକ ବିଜୟ ମହାନ୍ତି, ଶିକ୍ଷକ ନେତା ନିର୍ମଳେନ୍ଦୁ ସୋମ, ଜୟପ୍ରକାଶ ପଣ୍ଡା, ରାଜକିଶୋର ସାହୁ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ ଗୁଣାବଳୀ ଓ ଶିକ୍ଷାଦାନ ଶୈଳୀର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଆଖପାଖ ଅଞ୍ଚଳର ପ୍ରାୟ ୨୫ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ। ସମାରୋହରେ ପଞ୍ଚସଖା ଶିକ୍ଷା ସେତୁ, ବିଦ୍ୟାଳୟ ପରିଚାଳନା କମିଟି, ସହକର୍ମୀ ଶିକ୍ଷକବୃନ୍ଦ ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରୀ ଦାଶଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶେଷରେ ଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣା ରାଉତ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.