ଡାଲଗୁମାରେ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ପରେ ଅଭିଯୁକ୍ତ ଜ୍ୱାଇଁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଡାଲଗୁମା ଗ୍ରାମରେ ଗତ ୨ ଦିନ ତଲେ ଘଟିଥିବା ବହୁ ଚର୍ଚ୍ଚିତ ସୁକଦେବ ଧରୁଆ ହତ୍ୟା ମାମଲାରେ ଭିନ୍ନ ମୋଡ଼ ଆସିଛି। ମୃତ ସୁକଦେବଙ୍କ ନିଜ ଜ୍ବାଇଁ ହିଁ ତାଙ୍କୁ ସାବଳରେ ଭୁସି ହତ୍ୟା କରିଥିବା ପୋଲିସ ଆଗରେ ସ୍ବିକାର କରିଥିବା ଜଣାପଡିଛି। ଏନେଇ ଅଭିଯୁକ୍ତ ଜ୍ବାଇଁ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କାଠବେଡା ଗ୍ରାମର ଡିଙ୍ଗର ମାଝୀ (୨୭) ଙ୍କୁ ଗିରଫ୍ କରି ବୁଧବାର କୋକସରା ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ସୂଚନା ଅନୁସାରେ, ଗତ ସୋମବାର ଦିନ ସକାଳେ ଡାଲଗୁମା ଗ୍ରାମର ମଣ୍ଡି ନିକଟସ୍ଥ ଏକ ବଗିଚାର ଘର ଦୁଆରେ ଶୋଇଥିବା ଅବସ୍ଥାରେ ଜଗୁଆଳି ସୁକଦେବଙ୍କ ରକ୍ତଭିଜା ମୃତଦେହ ତାଙ୍କ ଝିଅ ଦେଖିବାକୁ ପାଇଥିଲେ। ଏହାପରେ ଗାଁ ଲୋକଙ୍କୁ କହିବା ସହ କୋକସରା ଥାନା କୁ ମଧ୍ୟ ଖବର ଦେଇଥିଲେ। କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଓ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଆଡେପୁ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ପରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କୁ ଯୋରଦାର କରିଥିଲେ। ଏଥି ପୂର୍ବରୁ ଗ୍ରାମର ଜଣେ ଯୁବକଙ୍କୁ ସନ୍ଦେହରେ ପୋଲିସ ଉଠାଇଥିଲା। ଏବଂ ପରବର୍ତ୍ତୀ ସମୟରେ ପଚାରାଉଚୁରା ପରେ ତାଙ୍କୁ ଛାଡ଼ିଦେଇଥିଲେ। ଏଥି ସହିତ ବିଭିନ୍ନ ଦିଗକୁ ତଦନ୍ତ ଜୋରଦାର କରିଥିଲା ପୋଲିସ, ଏବଂ ମୃତ ସୁକଦେବଙ୍କ ଜ୍ବାଇଁ କୁ ଉଠାଇ ଆଣିଥିଲା। ତେବେ ପଚରାଉଚୁରା ପରେ ଜ୍ବାଇଁ ଡିଙ୍ଗର ମାଝୀ ଶ୍ବଶୁର କୁ ଶାବଳରେ ଭୁସି ହତ୍ୟା କରିଥିବା ସ୍ବିକାର କରିବା ସହ ତାଙ୍କ ସ୍ତ୍ରୀ ସବୁବେଳେ ବାପଘରେ ରହୁଥିଲେ ଏବଂ ଘରକୁ ଯିବାପାଇଁ କହୁଥିଲେ ମଧ୍ୟ ସେ ଯାଉନଥିବା ଓ ଶ୍ବଶୁର ମଧ୍ୟ ମାନୁ ନଥିଲେ ତେଣୁ ସେ ଏଭଲି କାଣ୍ଡ ଭିଆଇ ଥିବା ପୋଲିସ ଆଗରେ କହିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ବିଭିନ୍ନ ଦିଗକୁ ତଦନ୍ତ ପରେ ଅଭିଯୁକ୍ତ ଜ୍ବାଇଁ ଡିଙ୍ଗର ମାଝୀଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.