ମୁଡିଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ଶିକ୍ଷକଙ୍କ ସେବା ନିବୃତ୍ତି ସମାରୋହ

ଚାକିରିରୁ ଅବସର ନେଲେ ଦୁଇ କର୍ମଚାରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ଶିକ୍ଷା ବିଭାଗରେ ଥିବା ମୁଡିଙ୍ଗ ପଞ୍ଚାୟତ ହାଇସ୍କୁଲ ର ସହ ଶିକ୍ଷକ ହେମକିଶୋର ସାହୁ ଦୀର୍ଘ ବର୍ଷ ନିଃସ୍ଵାର୍ଥପର ଭାବରେ ଶିକ୍ଷା ଦେଇ ଆସୁଥିଲେ। ଠିକ ସେହିପରି କୁମରମଣି ନାଗ ପିଅନ ଭାବରେ ତାଙ୍କର କର୍ତ୍ତବ୍ୟ ତୁଲେଇ ଆସୁଥିଲେ। ଏହି କାର୍ଯ୍ୟକ୍ରମରେ ପୁର୍ବତନ ସରପଞ୍ଚ ତଥା ବିଦ୍ୟାଳୟ ର ଫାଉଣ୍ଡର ଟୁକୁଲାଲ ସାହୁ, ମୁଖ୍ୟ ଅତିଥି ରାଜ କିଶୋର ମାଝୀ, ସମେତ ଅନେକ ଶିକ୍ଷକ ଓ ସି.ଆର.ସିସି ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଆଜି ମୁଡିଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ସହ ଶିକ୍ଷକ ହେମ କିଶୋର ସାହୁ ଓ ପିଅନ କୁମର ମଣି ନାଗ କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏକ ଭାବ ବିହ୍ବଳ ସେହି ସମୟ ରେପରିବେଶ ମଧ୍ୟରେ ଦୁଇ କର୍ମଚାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ଛାତ୍ର ଛାତ୍ରୀ ଓ ସହକର୍ମୀ। ଏହ ଥିଲା ଗୁରୁ ଓ ଶିଷ୍ୟ ଙ୍କ ଆବେଗମୟ ମୁହୂର୍ତ୍ତ।ଏହି ବିଦାୟ ସମ୍ବର୍ଦ୍ଧନା ସଭା କୁ ପରିଚାଳନାରେ ସହଯୋଗ କରିଥିଲେ ମୁଡିଙ୍ଗ ପଞ୍ଚାୟତ ହାଇସ୍କୁଲ ର ପୁରାତନ ଶିଷ୍ୟ,ରାକେଶ ସାହୁ ମସ୍କାଦାଣ୍ଡି, ଗୁଡୁ ସାହୁ ଅକାତରା ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ। ଅତିଥି ବୃନ୍ଦଙ୍କ ସ୍ମୁତି ଚାରଣ ପରେ ସହ ଶିକ୍ଷକ ଶ୍ରୀ ସାହୁ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ନାଗ ଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ର ଛାତ୍ରୀ ଓ ବିଦ୍ୟାଳୟର ଷ୍ଟାଫ ମାନେ ଉପହାର ପ୍ରଦାନ କରିଥିଲେ। ମୁଁ ବିଦ୍ୟାଳୟ କୁ ମନ୍ଦିର ବୋଲି ବିବେଚନା କରି ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରି ଆସିଛି। ଛାତ୍ରଛାତ୍ରୀ, ମୋ ସହକର୍ମୀ ଓ ଗ୍ରାମବାସୀ ମାନେ ମୋତେ ଯୋଉ ସ୍ନେହ ପ୍ରେମ ଦେଇଛନ୍ତି ତାହା କେବେ ଭୁଲି ପାରିବି ନାହିଁ ବୋଲି ସହ ଶିକ୍ଷକ ଶ୍ରୀ ସାହୁ ତାଙ୍କ ବିଦାୟୀ ବକ୍ତବ୍ୟରେ କହିଥିଲେ। ତାଙ୍କୁ ଶିକ୍ଷା ଵିଭାଗ ତରଫରୁ ଫାଇନାଲ ପେନସନ ପେପର ପ୍ରଦାନ କରଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.