ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ ର ନିର୍ଦେଶ କ୍ରମେ ଆଜି କଳାହାଣ୍ଡି ଯୋଗାଣ ସହାୟକ ସଂଘ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଙ୍କୁ ତାଙ୍କର ଦାବିପତ୍ର ପ୍ରଦାନ କରିଛନ୍ତି।ସେମାନେ ଦୀର୍ଘ ୧୪ ବର୍ଷ କାର୍ଯ୍ୟ ସମ୍ପୂର୍ଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନେ ସରକାରୀ ଚାକିରୀ ର କୌଣସି ସୁଭିଧା ପାଇପାରି ନାହାନ୍ତି। ସେମାନେ ଗ୍ରାଜୁଏଟ ସ୍ନାତକ ଡିଗ୍ରୀ ହାସଲ କରି ପଞ୍ଚାୟତ ରେ ଯୋଗାଣ ସହାୟକ ଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ପଞ୍ଚାୟତ ର ରେସନ ସାମଗ୍ରୀ ବଣ୍ଟନ ସହିତ ପଞ୍ଚାୟତ ର ସମସ୍ତ ଉର୍ନତି ମୂଳକ କାର୍ଯ୍ୟ କରୁଥିବା ବେଳେ ସରକାର ଙ୍କ ଉଦାସୀନତା ଯୋଗୁଁ ପରିବାର ପ୍ରତି ପୋଷଣ ରେ ବହୁତ ଅସୁବିଧା ହେଉଥିବା କହିଛନ୍ତି ଜିଲ୍ଲାପାଳଙ୍କୁ। ଆଜି ଜିଲ୍ଲାପାଳ ଙ୍କ ମାଧ୍ୟମରେ ସେମାନେ ଜୁଲାଇ ମାସ ୯ ତାରିଖ ଯାଏଁ କେବଳ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଯୋଜନା ରେ ମିଳୁଥିବା ଚାଉଳ ବଣ୍ଟନ କରିବେ ଏବଂ କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା ରେ ମିଳୁଥିବା ଚାଉଳ ଜୁଲାଇ ଓ ଅଗଷ୍ଟ ମାସର ବଣ୍ଟନ କରିବେ ନାହିଁ। ଏବଂ ଯଦି ସରକାର ତାଙ୍କର ନ୍ୟାର୍ଯ୍ୟ ଦାବୀ ଜୁଲାଇ ୯ ତାରିଖ ମଧ୍ୟ ରେ ପୂରଣ ନ କରନ୍ତି ତାହେଲେ ଜୁଲାଇ ୧୦ ରୁ ସାମୁହିକ ଛୁଟିରେ ରହିବେ। ଏବଂ ଆନ୍ଦୋଳନ ପାଇଁ ରାଜରାସ୍ତା କୁ ଓଲ୍ହାଇବେ। ଆଜି ଜିଲ୍ଲା ସଭାପତି ଶ୍ରୀ ଟଙ୍କଧର ସା ଙ୍କ ନେତୃତ୍ବରେ ସମ୍ପାଦକ ଜୟନ୍ତ ପଧାନ, ଲଡ଼ୁକିଶୋର ସାହୁ, ବିବେକ ପଟେଲ, ବିସିକେଶନ ନନ୍ଦ ଦୀନେଶ ସାହୁ, ବେଣୁଧର ଛତ୍ରୀୟା ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ।





