ଗଜପତି ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚାର ନୂଆ ଟିମ୍ ଘୋଷିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା , ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର ଏବଂ ରାଜ୍ୟ ଉପ ସଭାପତି ତଥା। ପାରଳା ର ପୂର୍ବତନ ବିଧାୟକ କେ.ନାରାୟଣ ରାଓ’ଙ୍କ ଅନୁମୋଦନ କ୍ରମେ ଗଜପତି ଜିଲ୍ଲା’ର ଯୁବମୋର୍ଚ୍ଚା ନୁଆ କାର୍ଯ୍ୟକର୍ତ୍ତା ମାନଙ୍କୁ ମନୋନିତ କରାଯାଇଛି। ମୋର୍ଚ୍ଚା’ର ଜିଲ୍ଲା ସଭାପତି ଭାବେ ମୋହନା ନିର୍ବାଚନ ମଣ୍ଡଳୀ’ର ସତ୍ୟଜିତ ବିଷୋୟୀ , ଉପ ସଭାପତି ଭାବେ ନରେଶ ପାଲକା , ପିନିଣ୍ଟୀ ମୋହନ , ରମେଶ ମାଝୀ । ସେହିପରି ସାଧାରଣ ସମ୍ପାଦକ ଭାବରେ ଶ୍ରୀ କେ. ବିଜୟ କୁମାର ଓ ବାୟାଧର ବଡକୁମାର , ସମ୍ପାଦକ ଭାବରେ ଶ୍ରୀଯୁଗୋଳ କିଶୋର ଚୌଧୁରୀ , ସୀଙ୍ଗିପୁରମ୍ ଚୈତନ୍ୟ , ସୁଧାଂଶୁ ଶେଖର ଦୀକ୍ଷିତ , କାର୍ଯ୍ୟାଳୟ ସମ୍ପାଦକ ଭାବରେ କୁଦିଙ୍ଗି ଶ୍ରୀକାନ୍ତ , କୋଷାଧକ୍ଷ ଭାବେ ପ୍ରଦୀପ ବିଷୋୟୀ ଓ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ରାଉତୁ ଭାର୍ଗବ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମିଥୁନ ପରିଛା , କାମେଶ୍ୱର ପାଇକ , ତନୁଷ ରାଓ , ଜିତେନ୍ଦ୍ର ପ୍ରଧାନ , ରାଜେଶ ରଥ , ଜତଶଙ୍କର ପଟ୍ଟନାୟକ , କେଭାଡ଼ା ନାନୀ , ଶିବ ପ୍ରସାଦ ମହାପାତ୍ର , ହରିକୃଷ୍ଣ ପ୍ରଧାନ , ସିର୍ଲା ଘସିଆ , ଭୋଳାନାଥ ପାତ୍ର ପାଇକଙ୍କ ସମେତ ୧୨ ଜଣ’ଙ୍କୁ ମନୋନୀତ କରାଯାଇଛି। ଜିଲ୍ଲା ର ସବୁ ବ୍ଲକ୍ ରୁ ଯୁବ ନେତୃତ୍ଵ ମାନଙ୍କୁ ନେଇ ଏହି ମୋର୍ଚ୍ଚା ସମ୍ପୂର୍ଣ୍ଣ କରା ଯାଇଥିବା ଯୋଗୁଁ ଆଗାମୀ ଦିନରେ ଦଳ ଭଲ ପ୍ରଦର୍ଶନ କରିପାରିବ ବୋଲି ମତ ପ୍ରକାଶ ପାଇଛି । ସେହିପରି ନୂତନ ମନୋନୀତ ସବୁ ଯୁବ କର୍ମକର୍ତ୍ତା ମାନଙ୍କୁ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ କେ.ନାରାୟଣ ରାଓ ଓ ମୋହନା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପ୍ରଶାନ୍ତ ମଲିକ’ଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଶୁଭେଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.