ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ବିରୋଧୀ ଦଳ ନେତା ଭାବେ ଘୋଷିତ ହୋଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସ୍ ମିଟରେ ଏନେଇ ସୂଚନା ଦିଆଯାଇଛି। ପୂର୍ବରୁ ବିରୋଧୀ ଦଳ ନେତା ଥିବା ପ୍ରଦୀପ୍ତ କୁମାର ନାଏକ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦୁଇବର୍ଷ ଧରି ଚିକିତ୍ସିତ ହେଉଛନ୍ତି। ପ୍ରଦୀପ୍ତ ନାଏକ ଅସୁସ୍ଥ ଥିବାରୁ ତାଙ୍କ ଜାଗାରେ ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛି ଦଳ। ଜୟ ନାରାୟଣ ମିଶ୍ର ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବର ବିରୋଧୀ ଦଳ ନେତା ଶ୍ରୀ ନାଏକ ପଶ୍ଚିମ ଓଡ଼ିଶା ଥିବାବେଳେ ଏଥର ମଧ୍ୟ ଏହା ପଶ୍ଚିମ ଓଡ଼ିଶା ଭାଗରେ ପଡିଛି।