ଧାନ ତଳିକୁ ବଞ୍ଚାଇବାକୁ ଯାଇ ଦୁଇ ଚାଷୀ ଜଳବନ୍ଧୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ଧାନ ତଳିକୁ ବଞ୍ଚାଇବା ଯାଇ ହାତୀ ନଦୀ ଓ ଗାଈଧାର ନଦୀ ମଝିରେ ହୋଇଗଲେ ଜଳବନ୍ଧୀ ଦୁଇ ଚାଷୀ । ଅଗ୍ନିଶମ ବିଭାଗ ପକ୍ଷରୁ ଏମାନଙ୍କୁ ଉଦ୍ଧାର କରାଯାଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ପୋଲକାମୁଣ୍ଡା ଖମାରିପଡା ଦୁଇ ଚାଷୀ ଅର୍ଜୁନ ମାଝୀ ଓ ମଣିଧାର ରାଉତ ନିଜ ଧାନ ତଳିକୁ ସୁରକ୍ଷିତ ସ୍ଥାନକୁ ନେବା ସମୟରେ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଛନ୍ତି ।ସୂଚନା ଅନୁଯାୟୀ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଚାଷ ଜମିରେ ଜଳ ପ୍ରବାହିତ ହେଉଥିବା ବେଳେ ଏହି ଦୁଇ ଚାଷୀ ଧାନ ତଳିକୁ ଏକ ଉଚ୍ଚ ସ୍ଥାନରେ ରାଖୁଥିଲେ। କିନ୍ତୁ ଦୁଇ ପାର୍ଶ୍ଵରେ ଥିବା ଗାଈଧାର ଓ ହାତୀ ନଦୀରେ ହଠାତ ଜଳ ସ୍ତର ବୃଦ୍ଧି ପାଇଥିଲା ।ଯାହାଫଳରେ ଦୁଇ ନଦୀ ମଝିରେ ଏହି ଦୁଇ ଚାଷୀ ୫ ଘଣ୍ଟା କାଳ ଜଳ ବନ୍ଦୀ ହୋଇ ରହିଥିଲେ । ଲୋକେ ୧୧୨ କୁ ଫୋନ କରି ସହାୟତା ମାଗିଥିବା ବେଳେ ଜୟପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ଦୁଇ ଚାଷୀଙ୍କୁ ଉଦ୍ଧାର କରାଯାଇଛି । ନଦୀ ସୁଅରେ ଗୋଟିଏ ଗାଈ, ଗୋଟିଏ ପାୱାର ଟିଲର , ମୋଟର ପମ୍ପ ଭାସି ଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.