ଭୋଗରା ଜମି ଜବରଦଖଲ ନେଇ ତହସିଲଦାରଙ୍କ ଦ୍ବାରସ୍ଥ ହେଲେ ବଡ ପୋଡ଼ାଗୁଡା ପଂଚାୟତବାସୀ

ଓଡ଼ିଆ ବାର୍ତ୍ତା/ କୋକସରା,(ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଂଚାୟତ ଅନ୍ତର୍ଗତ ଭାଳିଆଯୋର ଗ୍ରାମରେ ଦେବାଦେବୀଙ୍କ ସେବାପୂଜା ପାଇଁ ରହିଥିବା ୧୭ ଏକର ୫୨ ଡିସମିଲ ସରକାରୀ ଭୋଗରା ଜମିକୁ ଗ୍ରାମର ଝାଂକର କାଶିନାଥ ଧଙ୍ଗଡା ମାଝୀ ପୁରୁଷାନୁକ୍ରମେ ଦଖଲ କରି ଆସୁଛନ୍ତି ଓ ଅଂଚଳର ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି। ତେବେ ଭାଳିଆଯୋର ଗ୍ରାମର ଖଗେଶ୍ବର ଧଙ୍ଗଡାମାଝୀ, ଅମର ସିଂ ଧଙ୍ଗଡା ମାଝୀ, କିଶୋର ଧଙ୍ଗଡା ମାଝୀ, ରଣସାଏ ଧଙ୍ଗଡା ମାଝୀ ଗ୍ରାମରେ ଏକ ନୂତନ ଦେବୀ ପିଠ ନିର୍ମାଣ କରି ଉପରୋକ୍ତ ଜମିକୁ ବଳପୂର୍ବକ ଜବର ଦଖଲ କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ସରକାରୀ ଭୋଗରା ଜମି ଦଖଲ ପାଇଁ ମାନ୍ୟବର ସିଭିଲ ଜର୍ଜ ୩୧/୦୧/୨୦୧୩ ରେ କାଶିନାଥ ଧଙ୍ଗଡା ମାଝୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ଓ ଏନେଇ ପୂର୍ବରୁ ଏକ ଚୁକ୍ତିନାମା ୫/୦୪/୨୦୧୦ ରେ କୋକସରା ଥାନାରେ ମଧ୍ୟ ହୋଇଛି। କିନ୍ତୁ ଗ୍ରାମର ଏହି ବ୍ୟକ୍ତି ମାନେ ବିଭିନ୍ନ ସମୟରେ ବିଶୃଙ୍ଖଳା କରି କୋର୍ଟ ନିର୍ଦ୍ଦେଶ ଓ ଥାନା ରାଜିନାମାକୁ ବେଖାତିର କରି ଏକ ଗୋଷ୍ଠି ବଳପୂର୍ବକ ଦଖଲକୁ ନେଇଛନ୍ତି। ଏହାକୁ ବିରୋଧ କରି ବଡ଼ପୋଡ଼ାଗୁଡା, ଭାଳିଆଯୋର ଦାବ୍ରିଗୁଡା, ତଲାଗାଁ, ସର୍ଗିଗୁଡା, ରଏନଗୁଡା, ବାବେ କୋହରା, ତେଲିଗୁଡା ଗ୍ରାମର ବଳଭଦ୍ର ପୁଝାରି, ରାମକୃଷ୍ଣ ମାଝୀ, ପୋଡ଼ାଗୁଡା ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ନାଏକ, ଵିଡୁ ନାଏକ, ବିରେନ ନାଏକ, ପ୍ରଫୁଲ୍ଲ ନାଏକ, ପରକ୍ଷିତ ବେଶ୍ରା, ହରିଶ୍ଚନ୍ଦ୍ର ନାଏକ, ଚତୁର ପୁଝାରି, ଦାମୁ ପୁଝାରି, ଭଜମନ ନାଏକ, ଗଣପତି ନାଏକ, ନିଳାମ୍ବର ପୁଝାରି, ଦେବ ପୁଝାରି, ଗୋବର୍ଦ୍ଧନ ପୁଝାରିଙ୍କ ସମେତ ୮ ଖଣ୍ଡ ଗ୍ରାମର ଗ୍ରାମବାସୀ ମାନେ ବୁଧବାର କୋକସରା ତହସିଲଦାର କାର୍ଯ୍ୟାଳୟରେ ଆସି ଭୋଗରା ଜମିକୁ ଜବରଦଖଲ କାରୀଙ୍କ ଠାରୁ ମୁକ୍ତ କରି ଡିଗ୍ରୀ ପାଇଥିବା କାଶୀନାଥ ଧଙ୍ଗଡା ମାଝୀଙ୍କୁ ହସ୍ତାନ୍ତର କରିବାକୁ ଅଭିଯୋଗ କରିଛନ୍ତି। ଏନେଇ କୋକସରା ତହସିଲଦାର ରାକେଶ ପରୁଆଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.