ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗତ ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଲଗାଣ ବର୍ଷା ଲାଗିରହିଥିଲା । ବ୍ଲକରେ ଗତକାଲି ୧୨୪ ଏମଏମ ରେକର୍ଡ ପରିମାଣ ବର୍ଷାର ରେକର୍ଡ କରାଯାଇଥିଲା । ଏଥିପାଇଁ ବ୍ଲକରେ ଥିବା ଅନେକ ନାଳରେ ବନ୍ୟାପାଣି ମାଡି ଆସିଥିବା ବେଳେ ବ୍ଲକର କେତେକ ରାସ୍ତା କିଛି ସମୟର ଧରି ଯାତାୟତ ବନ୍ଦ ରହିଥିଲା । ବ୍ଲକର ଉଦେଶୃଙ୍ଗ ଗ୍ରାମପଞ୍ଚାୟତ ଗାଇଧରସ ନାଳରେ ବନ୍ୟା ଜଳ ପ୍ରବାହିତ ହେବାରୁ ପୋଲ ସଂଯୋଗ ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଯାଇଛି ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଭକ୍ତପଡା, ଜାଲପଡା, ବନ୍ଧାଗୁଡାପଡାର ପ୍ରାୟ ଏକ ହଜାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ପଡାକୁ ଗାଡି ମୋଟର ଯିବା ଅସିବା ସଂପୂର୍ଣ୍ଣ ବନ୍ଦ ଥିବା ବେଳେ ଲୋକେ ଅଣ୍ଟିଏ ପାଣିରେ ପାରି ହୋଇ ଯିବାକୁ ପଡୁଛି । ଏହି ରାସ୍ତାର ତୁରନ୍ତା ମରାମତି ପାଇଁ ଏହି ତିନି ଗୋଟି ପଡାର ଲୋକେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷନ କରିଥିବା ବେଳେ ବର୍ଷା ଛାଡିଲେ ତୁରନ୍ତ ଏହାର ମରାମତି କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ।