ଇତିହାସ: ମୟୂରଭଞ୍ଜ ଭୂଖଣ୍ଡ ଭଞ୍ଜ ସାମ୍ରାଜ୍ଯ

✍🏼 ପବିତ୍ର ବେହେରା

ବହୁ ପ୍ରାଚ଼ୀନ ଏ ଭୂଖଣ୍ଡ ମୟୂରଭଞ୍ଜ । ବହୁ ପ୍ରାଚ଼ୀନ ଓଡିଆ ସଂସ୍କୃତି ର ଏ ପବିତ୍ର ଭୂମି। ଏ ସଂସ୍କୃତି କେବେ ତାର ଅଲିଭା ପାଦ ଚିହ୍ନ ଆଙ୍କି ଦେଇଛି ତାହା ଠିକ୍ ଭାବରେ କହି ହେବ ନାହିଁ। ତେବେ ଏ ମାଟିରେ ଦିନେ ଯେ ପ୍ରସ୍ଥର, ତାମ୍ର, ଲୁହା ଯୁଗର ସଭ୍ୟତା ପ୍ରକାଶ ଲାଭ କରିଥିଲା। ତାହାର ପ୍ରମାଣର ଅଭାବ ନାହିଁ। ସେ ଯୁଗରେ ଆଜି ପର୍ଯ୍ୟନ୍ତ ସଭ୍ୟତାର ରଥ ଚକ୍ର ଆଗକୁ ବଢି ଚାଲିଛି। ପୁଣି ଏ ମାଟିରେ ଭଞ୍ଜ ରାଜବଂଶ ର ଶାସନ କେଉଁ ଅନାଦି କାଳ ରୁ ବିଂଶ ଶତାଦ୍ଧୀ ପର୍ଯ୍ୟନ୍ତ ଭଞ୍ଜ ରାଜାମାନେ ଏହି ମୂଳ ଭୂଖଣ୍ତ ରେ ନିଜର ଶାସନ ଭାର ତୁଳାଇ ଆସୁଛନ୍ତି।

ପ୍ରତ୍ନତାତ୍ତ୍ଵିକ ମତରୁ ଜଣାଯାଏ । ଓଡିଶାର ଉତ୍ତର ଅଞ୍ଚଳରେ ଥିବା ଗଡଜାତ ରାଜ୍ୟ ମାନଙ୍କ ମଧ୍ୟରୁ ମୟୂରଭଂଜ ରାଜ୍ୟରେ ସର୍ବ ପ୍ରଥମେ ଭଞ୍ଜ ରାଜାମାନେ ରାଜୁତି କରୁଥିଲେ। ଏହି ରାଜ୍ୟ ବା ଭୂଖଣ୍ଡ ସର୍ବ ପ୍ରଥମେ ସୁବର୍ଣ୍ଣରେଖା ନଦୀ ତଟରେ ଏକ ସୁବିଶାଳ ସାମ୍ରାଜ୍ଯ ଗଢି ଉଠିଥିଲା। ଏହି ବିଶାଳ ଭୂଖଣ୍ଡର ନାମ ହେଲା ମୟୂରଭଂଜ ଏବଂ ଏହି ରାଜ୍ୟର ପ୍ରଥମ ରାଜା ଭାବରେ ସିଂହାସନ ଆହରଣ କରିଥିଲେ ମୋଦକ ଭଞ୍ଜ। ତାମ୍ରଲିପିରୁ ଜାଣିବାକୁ ମିଳେ। ମହର୍ଷି ବିଶିଷ୍ଠ ଋଷି ଠାରୁ ଅସ୍ତ୍ର, ଶାସ୍ତ୍ର ବିଦ୍ୟାରେ ପାରଙ୍ଗମ ହେବା ପରେ ନିଜ ବାହୁ ବଳରେ ସୁବର୍ଣ୍ଣରେଖା ନଦୀତଟରେ ଥିବା ହରିହର ପୁରକୁ ଜୟ କରି ଏକ ବିଶାଳ ଭଞ୍ଜ ସାମ୍ରାଜ୍ଯ ଗଠନ କରିଥିଲେ। ଏହି ରାଜ୍ୟର ରାଜକୀୟ ଚିହ୍ନ ହେଲା ଦୁଇଟି ମୟୂର।

ଏପରି ଲୋକ କଥା ରହିଛି- ଯେ ଭଞ୍ଜ ବଂଶ ର ପୂର୍ବ ପୁରୁଷ ବା ମୟୂରଭଂଜ ର ପ୍ରଥମ ରାଜା ମୋଦକଭଞ୍ଜ ମୟୂର କୋଷ ରୁ ଜନ୍ମ ଗ୍ରହଣ କରିଥିଲେ। ତେଣୁ ବରହୀ ବା ମୟୁର କୁ ପ୍ରାଧାନ୍ୟ ଦେଇ ଭଞ୍ଜ ରାଜା ତାଙ୍କର ରାଜକୀୟ ଚିହ୍ନ ମୟୂର ରଖିଛନ୍ତି। ମୟୂରଭଂଜ ଅତ୍ୟନ୍ତ ସବୁଜ ଜଙ୍ଗଲ ଦ୍ଵାରା ବ୍ୟାପିତ ହୋଇଅଛି। ଏହି ରାଜ୍ୟର ବିସ୍ତୃତ ପର୍ବତମାଳା ଯାହାକି ଆଦିବାସୀ ବା କନ୍ଧ ସଂପ୍ରଦାୟ ର ଲୋକମାନଙ୍କ ବାସସ୍ଥଳୀ ରୂପେ ପରିଚିତ ଦେଉଅଛି।

ପ୍ରାଚୀନ ଐତିହ୍ୟରୁ ଜଣାଯାଏ ଭଞ୍ଜ ସାମ୍ରାଜ୍ଯ କୁ ନବମ ଖ୍ରୀଷ୍ଟାବ୍ଦରେ ଦୁଇଟି ଭାଗରେ ବିଭକ୍ତ କରା ଯାଇଥିଲା। ପ୍ରଥମଟି ହେଲା ଖିଜ୍ଜିଙ୍ଗ୍ ମଣ୍ଡଳ ଏବଂ ଅନ୍ୟଟିର ନାମ ଖିଚିଙ୍ଗ୍ କୋଟ। ପୂର୍ବତନ ଶାସକମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତାମ୍ରଲିପି ଖୋଦନ ରୁ ଜଣା ପଡିଛି ଯେ ଖିଚିଙ୍ଗ ମଣ୍ଡଳ ଏକ ବୃହତ ରାଜ୍ୟ ଥିଲା। ବର୍ତ୍ତମାନ ର ମୟୂରଭଂଜ, କେନ୍ଦୁଝର, ବାଲେଶ୍ଵର, ବଉଧ, ଝାଡଖଣ୍ଡ ର ପୂର୍ବ ସିଂହଭୂମି, ପଶ୍ଚିମ ସିଂହଭୂମି, ପଶ୍ଚିମବଙ୍ଗର ମଦିନାପୁର ମଧ୍ୟ ମୟୂରଭଂଜ ରାଜ୍ୟର ପରିସର ମୂକ୍ତ ଥିଲା ଏହାକୁ ଖିଚିଙ୍ଗ୍ ମଣ୍ଡଳ ନାମରେ ଜାଣିବାକୁ ମିଳୁଥିଲା ଏବଂ ଅନ୍ୟଟି ଖିଚିଙ୍ଗକୋଟ ଗଞ୍ଜାମ ଜିଲ୍ଲାର ବୁଗୁଡା, କୁଲାଡ, ଘୁମୁସୁର, ଇଛାପୁର ଏବଂ ଆନ୍ଦ୍ରପ୍ରଦେଶ ବିଶାଖାପଟନମ୍ ପର୍ଯ୍ୟନ୍ତ ଭଞ୍ଜ ସାମ୍ରାଜ୍ଯ ଗଢି ଉଠିଥିଲା ବୋଲି ମୋଗଳ ସାମ୍ରାଜ୍ୟରେ ବର୍ଣ୍ଣିତ ଅଛି। ବଙ୍ଗୋପସାଗରର ତଟଦେଶରୁ ଆରମ୍ଭ କରି ଓଡିଶା, ଆନ୍ଦ୍ରପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ ପର୍ଯ୍ୟନ୍ତ ଏକ ବିଶାଳ ଭଞ୍ଜ ସାମ୍ରାଜ୍ଯ ଗଢିଉଠିଥିଲା ଯାହାର ପ୍ରମାଣ ବର୍ତ୍ତମାନ ଆମକୁ ଦେଖିବାକୁ ମିଳୁଛି। ରାଜସ୍ଥାନର ଉଦୟପୁରରେ ରାଣା ବଂଶର ପ୍ରତିଷ୍ଠତା ମୋଦନ ରାଣା ଯାହାଙ୍କ ଜନ୍ମ ସୂର୍ଯ୍ୟବଂଶୀ ମୋଦକ ଭଞ୍ଜ ର ଭ୍ରାତା ମୋଦନ ରାଣା।
ପଶ୍ଚିମ ବଙ୍ଗର ମିଦନାପୁର, ଝାଡଖଣ୍ଡର ପୂର୍ବ ସିଂହଭୁମି।

ସେ ସମୟରେ ମୟୂରଭଂଜର ରାଜଧାନୀ ହରିପୁରକୁ ସ୍ଥାନାତାରିତ ହୋଇ ଏକ ବିଶାଳ ରାଜପ୍ରସାଦ ଗଠିତ ହୋଇଥିଲା। ବର୍ତ୍ତମାନ ହରିପୁର ରାଜପ୍ରସାଦ ନିକଟରୁ ମିଳୁଥିବା ଭଗ୍ନାବଶେଷ ଭଞ୍ଜସାମ୍ରାଜ୍ୟ ର ଗାରିମା ଗାନ କରୁଅଛି। ମୟୂରଭଂଜ ର ଖିଚିଙ୍ଗ୍ ମଣ୍ଡଳ ବା ଖିଚିଙ୍ଗ୍ ଠାରେ ଥିବା ଭଞ୍ଜବଂଶ ର ଇଷ୍ଟ ଦେବୀ କୀଚକେଶ୍ଵରୀ ମନ୍ଦିର ଯାହା ସଂମ୍ପୂର୍ଣ୍ଣ ମୁଗୁନି ପଥରରେ ଗଠନ କରାଯାଇଅଛି।

ଲୋକକଥା ରୁ ଜଣାଯାଏ ଶବର ବା କନ୍ଧମାନଙ୍କ ଆରୋଧ୍ୟ ଦେବୀ ହେଉଛନ୍ତି କୀଚକେଶ୍ଵରୀ ଦେବୀ ଭଞ୍ଜରାଜା ଏହି ଭୂଖଣ୍ଡ ରେ ନିଜର ସାମ୍ରାଜ୍ଯ ବିସ୍ତାର କଲା ପରେ ସେ ମଧ୍ଯ କୀଚକେଶ୍ଵରୀ ଦେବୀଙ୍କୁ ନିଜର ଇଷ୍ଟଦେବୀ ରୂପେ ଗ୍ରହଣ କରିଥିଲେ। ଏହି ମନ୍ଦିରଟି ଖ୍ରୀଷ୍ଟାବ୍ଦ ୯୨୦ ରୁ ୯୨୬ ମଧ୍ୟରେ ମୟୂରଭଂଜର ତତ୍କାଳୀନ ଭଞ୍ଜବଂଶୀୟ ମହାରାଜଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା। ମୟୂରଭଂଜ ପରି ତାମ୍ର ଓ ଲୁହାର ମାଟିରେ କଳାର ମୁଗୁନି ପଥର କୀଚକେଶ୍ଵରୀ ଦେବୀର ମନ୍ଦିର ଆଜି ବି ଭଞ୍ଜରାଜାଙ୍କର କୀର୍ତ୍ତି ବଜାଇରଖିଛି।
ଏହା ବ୍ୟତୀତ ଆଉ ଏକ କୀର୍ତ୍ତି ଭଞ୍ଜ ବଂଶର ମୟୂରଭଂଜ ମାଟିରେ ସ୍ଥାନ ପାଇଛି ତାହା ହେଉଛି ଶ୍ରୀହରି ବଳଦେବ ଜୀଉ ମନ୍ଦିର ବର୍ତ୍ତମାନର ବାରିପଦା ଠାରେ ଭଞ୍ଜ ସାମ୍ରାଜ୍ଯ ର କୀର୍ତ୍ତି ବଜାଇରଖିଛି।

ଅତୀତ ମୟୁରଭଂଜର ଜାତୀୟ ସଙ୍ଗୀତ

ମୋର ଏହି ଭଞ୍ଜ ଭୂମି
ମୋର ମହାରାଜା
ଜନ୍ମେ ଜନ୍ମେ କରୁଥିବି ମୁଁ
ଏ ଦୁହିଁଙ୍କ ପୂଜା
ଦମ୍ ଦମ୍ ଲାଗେଦମ୍ ଲାଗେଦମ୍
ବାଜେ ବୀର ବାଜା
ଦେଖରେ ଦେଖରେ ପୂର୍ବେ ନରେ
ଉଇଁ ଆସୁଛି ସୂର୍ଯ୍ୟ
କର୍ମ ଆଗେ କର୍ମ ଆଗେ
ଆଗେଇ ଚାଲରେ ଅଗ୍ରଭାଗେ
ସେବାରେ ଧର୍ମ ର୍ମମ ଦାଗେ
ରକ୍ତ ଲାଗେ ତାଜା ।।

ବାହାଲପୁର, ଗଞ୍ଜାମ
ମୋ:୭୭୮୮୮୮୬୬୦୨

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.