ଜ୍ୟୋତି ବିକାଶ ଯୁବକ ସଂଘ ରିଷିଡା ପକ୍ଷରୁ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଠାରେ ଜ୍ୟୋତି ବିକାଶ ଯୁବକ ସଂଘ ପକ୍ଷରୁ ଚତୁର୍ବିଂଶ ତମ ନୂଆଖାଇ ଭେଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଫକୀର ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିଷିଡା ସରପଞ୍ଚ ସେବତୀ ରଣା, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ନରେଶ ଦାସ, ଗ୍ରାମ ଉନ୍ନୟନ କମିଟି ଉପସଭାପତି ପ୍ରମୋଦ କୁମାର ସାହୁ, ଶ୍ରୀରାମ ମନ୍ଦିର ପରିଚାଳନା କମିଟି ସଭାପତି ଡୋଳାମଣି ସାହୁ, ସମାଜ ସଂସ୍କାରକ ବାବା ଭଗବାନ ସାହୁ, ସାମ୍ବାଦିକ କମ୍ବୁପାଣି ସାହୁ ପ୍ରମୁଖ ଯୋଗଦେଇ ନୂଆଖାଇର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଏକତା ଓ ଭାଇଚାରା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ସମ୍ପାଦକ ନରୋତ୍ତମ ସେଲମା ମଞ୍ଚ ପରିଚାଳନା କରିଥିବାବେଳେ ସହ ସମ୍ପାଦକ କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ହଳିଆ ଗୀତ, ଅନ୍ଧ ପୁଟଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୀତବାସ ସାହୁ, ଭଜଶ୍ୟାମ ରଣା, ସୁଶାନ୍ତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.