ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ପକ୍ଷରୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଟକ: ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ଆଞ୍ଚଳିକ ଶାନ୍ତି ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗଣପତିଙ୍କ ଚତୁର୍ଥୀକୁ ଆଡ଼ମ୍ବର ସହକାରେ ପାଳନ କରିଥିବା ଅନୁଷ୍ଠାନକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଦ୍ୟାର ଆଦ୍ୟ ଦେବତାଙ୍କ ପୂଜାର୍ଚ୍ଚନା ମାଧ୍ୟମରେ ଭାଇଚାରାର ପରମ୍ପରାରେ ସମସ୍ତ ସଦସ୍ୟବୃନ୍ଦ ବାନ୍ଧି ହୋଇଛନ୍ତି । ସାମାଜିକ ଚିନ୍ତା ଚେତନାକୁ ପରିବର୍ତ୍ତନ କରିବା ପାଇଁ ଅନୁଷ୍ଠାନର ଆଧ୍ୟାତ୍ମିକ ସେବା କାର୍ଯ୍ୟ ପ୍ରଣିଧାନଯୋଗ୍ୟ ଥିଲା । ସହନଶୀଳତା ଏବଂ ଭାତୃତ୍ୱର ମୂଲ୍ୟବୋଧ ଭିତରେ ଏହି ଅନୁଷ୍ଠାନମାନେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛନ୍ତି । ଏହି ଅବସରରେ କଟକ ସହରର ଛଅ ଗୋଟି କ୍ଳବକୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନ କରାଯାଇଛି । 

ଅରୁଣଦୋୟ କ୍ଲବ, ମଣିସାହୁ ଛକ, ଗଡଗଡିଆ ଖଟି, ପ୍ରଥମ ଚାନ୍ଦି ମେଢ, ବାପୁଜୀ କ୍ଳବ୍ କଟକ ହିନ୍ଦୁ ସେନା ଗଣେଶ କମିଟି, ଜୟଦୂର୍ଗା କ୍ଲବ, ଗୌରୀ ଶଙ୍କର ପାର୍କ, ରେଡ୍ ଇଗଲ କ୍ଳବ୍, ମାଛୁଆ ବଜାର । ଏହି ଅବସରରେ ଉପରୋକ୍ତ ଗଣେଶ ପୂଜା କମିଟିର ସଭାପତି ଏବଂ ସମ୍ପାଦକଙ୍କୁ ହଜାର ହଜାର ଭକ୍ତ, ସାହିବାସିନ୍ଦା, ବୁଦ୍ଧିଜିବୀ ଏବଂ କ୍ଲବ ସଦସ୍ୟଙ୍କ ଉପସ୍ଥିତିରେ ମାନପତ୍ର, ଟ୍ରଫି, ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ପ୍ରତିଷ୍ଠାତା ଏବଂ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ, ମୁଖ୍ୟ ଅତିଥି ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ବରେଣ୍ୟ ଅତିଥି ପଣ୍ଡିତ ନୀଳକଣ୍ଠ ରାଉତ, ସମ୍ମାନିତ ଅତିଥି ବିରେନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ଭରତ ମିଶ୍ର ଯୋଗ ଦେଇଥିଲେ । ଲମ୍ବୋଦର ସେବା ସମ୍ମାନ ଅନୁଷ୍ଠାନ ମାନଙ୍କର ମନୋବଳ ବୃଦ୍ଧି କରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.