କଟକ ଜିଲ୍ଲା ଟାଇକୋଣ୍ଡୋ ଚମ୍ପିୟାନସିପ

ଏ.କେ. ବିଦ୍ୟାମନ୍ଦିର ଟାଇକୋଣ୍ଡୋ ଏକାଡେମି ଉପ ବିଜେତା

ଓଡ଼ିଆ ବାର୍ତ୍ତା/ କଟକ: କଟକ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନର ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ସେପ୍ଟେମ୍ବର ୨ ରୁ ୪ ତିନିଦିନ ଧରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ ତରଫରୁ ଗ୍ରାଣ୍ଡ ମାଷ୍ଟର ଗୋପାଳ ଚନ୍ଦ୍ର ରାଏ ଙ୍କ ତତ୍ତ୍ୱାବଧାନରେ ୧୦ଟି ଦଳରୁ ପ୍ରାୟ ୫୦୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କଟକର ୪୨ ମୋୖଜ଼ା ସ୍ଥିତ ଏ.କେ.ବିଦ୍ୟାମନ୍ଦିର ତରଫରୁ ୩୦ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତ ଛାତ୍ର ଛାତ୍ରୀ ବ୍ରୋଞ୍ଚ, ରୌପ୍ୟ ଓ ସ୍ଵର୍ଣ୍ଣ ପଦକ ହାସଲ କରି ଜିଲ୍ଲା ଚମ୍ପିୟାନସିପରେ ଉପ ବିଜେତା ହୋଇ ଟ୍ରଫି ହାସଲ କରିଛନ୍ତି । ଯେଉଁ ପିଲାମାନେ ଏହି ଟୁର୍ଣ୍ଣାମେଣ୍ଟରେ ସ୍ଵର୍ଣ୍ଣ ପଦକ ପାଇଛନ୍ତି, ସେମାନେ ଆଗକୁ ଆସୁଥିବା ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ପ୍ରଶିକ୍ଷ୍ୟକ ଆର୍ଯ୍ୟନ ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲା ପରିଚାଳନା କମିଟି ଚେୟାରମ୍ୟାନ ମନମୋହନ ଭଞ୍ଜ ସମସ୍ତ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏ.କେ.ବିଦ୍ୟା ମନ୍ଦିର ବିଦ୍ୟାଳୟର ମାର୍ଗଦର୍ଶକ ପ୍ରଫେସର ଅନିରୁଦ୍ଧ କୁମାର ଖିଲାର,ଡ.ଚନ୍ଦନା ବେହେରା ଓ ପ୍ରଶାସକ ଶ୍ରୀ କ୍ଷେତ୍ର ମୋହନ ସେନାପତି ସମସ୍ତ ପିଲା ମାନଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.