ପାର୍ସୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଡ଼. ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ଭୋକ ର ଭୂଗୋଳ’ ଏବଂ ‘ହେ କବିତା’ ପାର୍ସୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହୋଇଛି । ଡ଼. ନିଆଲଙ୍କ ‘ଭୋକର ଭୂଗୋଳ’ କବିତା ଇଂରାଜୀରେ ବଙ୍କିମ ମୁଣ୍ଡଙ୍କ ଦ୍ୱାରା ଅନୁଦିତ ହେବାପରେ ପାର୍ସୀ ଭାଷାରେ ବିଶିଷ୍ଟ ଇରାନୀୟ କବି ଏଲହମ୍ ହେମେଡ଼ି ଅନୁଦିତ କରିଛନ୍ତି । କବି ଏଲହମ୍ ହେମେଡ଼ି ଆନ୍ତର୍ଜାତୀୟ ମଲ୍ଟିମେଡ଼ିଆ କଳାକାର, କବି ତଥା କ୍ୟୁରେଟର ଏବଂ ଇରାନର ଭିଜୁଆଲ ଆର୍ଟ ସାଇଣ୍ଟିଫିକ୍ ଆସୋସିଏସନର ସ୍ଥାୟୀ ସଦସ୍ୟ ଅଛନ୍ତି । ସେ ଆନ୍ତାର୍ଜାତୀୟ ସାହିତ୍ୟ ପୁରସ୍କାର ୨୦୨୨, ୱମେନ ଫର କଲଚର ଫର ପିସ ପୁରସ୍କାର ପାଇଛନ୍ତି । ସେହିପରି ଭାବେ ଡ଼. ନିଆଲଙ୍କ ‘ହେ କବିତା’ ଇଂରାଜୀରେ ଗୋବିନ୍ଦ ସାହୁଙ୍କ ଦ୍ୱାରା ଅନୁଦିତ ହେବାପରେ ସ୍ପେନିଶ ଭାଷାରେ ବିଶିଷ୍ଟ କବି ଜେଲିନ୍ ରୋକ୍ ମୋଗୋଲନ୍ ଅନୁଦିତ ସହ ପଠନ କରିଛନ୍ତି । ଇକ୍ୟୁଏଡର, ଉତ୍ତର ପଶ୍ଚିମ ଦକ୍ଷିଣ ଆମେରିକା ଦେଶର କବି ଜେଲିନ୍ ରୋକ୍ ମୋଗୋଲନ୍ ୱାର୍ଲଡ ଲିଟେରାରି ଭଏସର କୋର୍ଡିନେଟର ଅଟନ୍ତି । ସେ ଗ୍ଲୋବାଲ ପୋଏଟ ୨୦୨୨ ପୁରସ୍କାର ପାଇଛନ୍ତି । ସେ ଜଣେ କବି, ଅନୁବାଦକ ଭାବେ ବେଶ ଜଣାଶୁଣା । ଏଠାରେ ପ୍ରକାଶଯୋଗ୍ୟ ଯେ, କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ବଙ୍ଗାଳୀ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୧୬ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ସୂଚନା ଯୋଗ୍ୟ ଡ଼. ନିଆଲଙ୍କ ଦୁଇଟି ପୁସ୍ତକ ଇଟାଲୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହେବାପାଇଁ ଯନ୍ତ୍ରସ୍ତ ଅଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ପୁଣି ଦୁଇଟି ବିଦେଶୀ ଭାଷାରେ ଅନୁଦିତ ହେବାପରେ ତାଙ୍କ ଜନ୍ମମାଟି କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.