ନର୍ଲା ଆଇସିଡିଏସ୍ କାର୍ଯ୍ୟାଳୟରୁ ଜାତୀୟ ପୁଷ୍ଟିକର ରଥ ଶୁଭାରମ୍ଭ

ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ସିଡିପିଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୁଷ୍ଟିକର ଖାଦ୍ୟ ଉପରେ ଜନସଚେତନତା ସୃଷ୍ଟି ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ଆଇସିଡିଏସ୍ କାର୍ଯ୍ୟାଳୟରୁ ଜାତୀୟ ପୁଷ୍ଟିକର ରଥର ଶୁଭାରମ୍ଭ ହୋଇଛି । ୱାର୍ଲଡ ଭିଜନର ସହାୟତାରେ ଆରମ୍ଭ ହୋଇଥିବା ଏହି ରଥକୁ ନର୍ଲା ସିଡିପିଓ ନିବାସିନୀ ବିଶ୍ବାଳ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଜାତୀୟ ପୁଷ୍ଟିକର ମାସ ପ୍ରଚାର ରଥ ନର୍ଲା ବ୍ଲକର ସମସ୍ତ ଗାଁ କୁ ଗାଁ ଯାଇ ଶିଶୁ ଓ ଅନ୍ତସତ୍ୱା ମା ମାନଙ୍କୁ କିଭଳି ପୁଷ୍ଟିକର ଆହାର ଦିଆଯିବ, ପୁଷ୍ଟିକର ଆହାର ଆଭାବରେ ମା ଓ ଶିଶୁ ତଥା ଗର୍ଭସ୍ଥ ଶିଶୁ କଣ ସବୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେ ବିଷୟରେ ଜନସଚେତନତା ସୃଷ୍ଟି କରିବ । ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ନର୍ଲା ସିଡିପିଓ ଶ୍ରୀମତୀ ବିଶ୍ବାଳଙ୍କ ସହ ୱାର୍ଲଡ ଭିଜନ ସିଡିପି ଡେଭିଡ ରାଜୁ, ନର୍ଲା ବ୍ଲକ ସଂଯୋଜକ ଚଣ୍ଡିଦାସ ସାହୁ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ଆଶା କର୍ମୀ ପଙ୍କଜିନୀ ନାଏକ, ମନୋରମା ବାରିକ ତଥା ଆଇସିଡିଏସ ଷ୍ଟାଫ୍ ଓ ୱାର୍ଲଡ ଭିଜନ କର୍ମଚାରୀମାନେ ଉପସ୍ଥିତ ଥିଲେ ‌। ଏହି ରଥ ଗ୍ରାମାଞ୍ଚଳକୁ ଯିବା ପରେ ସେଠାକାର ୱାର୍ଲଡ ଭିଜନ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ନିର୍ବାଚିତ ଲୋକ ପ୍ରତିନିଧି ମାନେ ଏଥିରେ ସହଯୋଗ କରି ଲୋକଙ୍କୁ ପୁଷ୍ଟିକର ଆହାରର ଗୁରୁତ୍ୱ ଉପରେ ବୁଝାଇବା ସହ ଜନ ସଚେତନତା ସୃଷ୍ଟି କରିବେ ବୋଲି ସିଡିପିଓ ଶ୍ରୀମତୀ ବିଶ୍ୱାଳ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.