କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ପକ୍ଷରୁ ବଗାଡ ସ୍କୁଲରେ ‘ବାଳା ଓ ପୋଷଣ ବଗିଚା’ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ବଗାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ତରଫରୁ ବାଳା ଓ ପୋଷଣ ବଗିଚା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଧର୍ମଗଡ଼ ଉପଜିଲ୍ଲାପାଳ ସଚିନ ପାଓ୍ବାର ଉଦଘାଟକ ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିକ୍ଷକ ସଂଘର ସମ୍ପାଦକ ବିକ୍ରମ ଚନ୍ଦ୍ର ସାଗର, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବିନୋଦିନୀ ଗଉଡ, ସିଆରସିସି ରାଜେନ୍ଦ୍ର ଧୁରିଆ, ଟିକେଶ୍ବର ମାଝୀ, ଶିକ୍ଷକ ବଟ କୃଷ୍ଣ ବେହେରା, ଏସଏମସି ଅଧ୍ୟକ୍ଷ ବଳଭଦ୍ର ବାଗ, କୈବଲ୍ୟ ଏଜୁକେସନ ଫାଉଣ୍ଡେସନର ଜିଲ୍ଲା ପ୍ରବନ୍ଧକ ଦିବ୍ୟାଂଶୁ ଗୁପ୍ତା ଓ ନର୍ଗିସ ପରବିନ, ଧର୍ମଗଡ ବ୍ଲକ ମ୍ୟାନେଜର ସୋନାଲ ଲାଲ ପ୍ରମୁଖ ମଞ୍ଚାସୀନ ଥିଲେ।

Udyog Nursery
Udyogi Nursery

ଶିକ୍ଷକ ମାନେ ବିଦ୍ୟାଳୟର କାନ୍ଥରେ ବିଭିନ୍ନ ଚିତ୍ର ଅଙ୍କନ କରି ଛାତ୍ର ଛାତ୍ରୀମାନଙ୍କୁ ପାଠପଢ଼ା ପାଇଁ ଆକୃଷ୍ଟ କରାଇଥିଲେ। ଏହି ଅବସରରେ ମଧ୍ୟାହ୍ନ ଭୋଜନରେ ପୈ।ଷ୍ଟିକ ଆହାର ନିମନ୍ତେ ପୋଷଣ ବଗିଚା କାର୍ଯ୍ୟକ୍ରମରେ ବିଭିନ୍ନ ପରିବା ଗଛ ରୋପଣ କରାଯାଇଥିଲା। ବ୍ଲକ ମ୍ୟାନେଜର ସୋନାଲ ଲାଲ ଛାତ୍ର ଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଶିକ୍ଷକ ମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ବଟକୃଷ୍ଣ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.