କନ୍ଧମାଳର ଚା’ ବ୍ୟବସାୟୀଙ୍କ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ : ସମଗ୍ର ଅଞ୍ଚଳରେ ଖୁସିର ଲହରୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଓ ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣି ଦେଇଥାଏ । ଯାହାକି, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣେ ଚା’ ବ୍ୟବସାୟୀଙ୍କ ପୁଅ ନିଟ୍ ର ସର୍ବ ଭାରତୀୟ ସ୍ତରରେ ନିଟ୍ ଏଣ୍ଟ୍ରାନସ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଫୁଲବାଣୀ କଣ୍ଟ୍ରାକ୍ଟର ପଡାର ବାସିନ୍ଦା ଶିବ ଶଙ୍କର ବେହେରାଙ୍କ ବଡ଼ ପୁଅ ସୁରଜ ମୋଟ ୬୩୫ ନମ୍ବର ରଖି ୮୬୫ ନମ୍ବର ସ୍ଥାନରେ ରହିଛନ୍ତି । ସୁରଜଙ୍କ ବାପା ମେଡିକାଲ ଛକରେ ଚା’ ଦୋକାନ କରି ନିଜ ପରିବାର ପୋଷନ୍ତି । ବାପାଙ୍କ ଇଚ୍ଛା ରହିଥିଲା ପୁଅ ଡାକ୍ତର ହୋଇ ରୋଗୀ ସେବା କରୁ । ଆର୍ଥିକ ଅଭାବ ଥାଇ ମଧ୍ୟ ସୁରଜ ନିଜ ଲକ୍ଷ୍ୟ ହାସଲ କରିଛନ୍ତି । ନିଟ୍ ଏଣ୍ଟ୍ରାନ୍ସ ପାଞ୍ଚଥର ଦେଇ ବିଫଳ ହୋଇ ଶେଷରେ ସୁରଜ ଲକ୍ଷ୍ୟ ହାସଲ କରିଛନ୍ତି । ଦୃଢ଼ ମନୋବଳ ହିଁ ତାଙ୍କୁ ଏହି ସଫଳତା ଆଣି ଦେଇଥିବା କହିଛନ୍ତି । ସୁରଜର କୃତକାର୍ଯ୍ୟରେ ବାପା ଶିବଶଙ୍କର ବେହେରା ଓ ପରିବାର ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବର୍ତ୍ତମାନ ବିଭିନ୍ନ ମହଲରୁ ସୁରଜଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.