ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ ପାଣ୍ଡେ): ସୋନପୁର ସଦର ବ୍ଲକ ଖମ୍ବେଶ୍ୱରୀପାଲି ଦୁର୍ଗାପୂଜା ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପୂଜା ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ଭୂମି ପୂଜାରେ ଅତିଥି ଭାବେ ରାବଣ ଭୂମିକାରେ ଅଭିନୟ କରୁଥିବା ଭୂବନେଶ୍ବର ପ୍ରଧାନ, ସ୍ଥାନୀୟ ସରପଂଚ ପ୍ରତିନିଧି ଗଜପତି ସୁନା, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ଦୁଇବର୍ଷ ହେଲା କୋରୋନା କଟକଣା ଯୋଗୁଁ ସୀମିତ ଭକ୍ତଙ୍କ ମଧ୍ଯରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏ ବର୍ଷ ପରିସ୍ଥିତି ସ୍ୱଭାବିକ ଥିବାରୁ ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ରାମଳୀଳା ଅନୁଷ୍ଠିତ ହେବାକୁ ଯାଉଛି । ରାବଣ ଭୂମିକାରେ ତୁତୀୟ ଥର ପାଇଁ ଅଭିନୟ କରିବେ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ମହାରାଜ ଭୂବନେଶ୍ୱର ପ୍ରଧାନ। ଏହାସହ ଏଥର ଦୁର୍ଗାପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗେ ସାଙ୍ଗେ ମିନାବଜାରର ଆକର୍ଷଣ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ ସୂଚନା ମଳିଛି। ଦୁର୍ଗା ମଣ୍ଡପ ପରିସରରେ ଆୟୋଜିତ ଉକ୍ତ ବୈଠକରେ ଦୁର୍ଗାପୂଜା କମିଟି ସଭାପତି ସୁରେଶ କୁଶଳ, ସଂପାଦକ ପ୍ରବିର ସାହୁ, ଦୁର୍ଗା ସେବକ ଜଗା ମିଶ୍ର, ଚମାର ବାଘ, ପ୍ରମୋଦ ବେହେରା, କାଳିଆ ସାହୁ, ପ୍ରଶାନ୍ତ ମିଶ୍ର, ଗୋପାଳ ମିଶ୍ର, ପ୍ରମୋଦ ସାହୁ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।