World’s biggest blood donation drive || ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ତରଫରୁ ବୃହତ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ବର୍ଦ୍ଧମାନ ଜୈନ): ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ଆନୁକୂଲ୍ୟରେ ତେରପନ୍ତ ଯୁବକ ପରିଷଦ ଉତ୍କେଲା ପକ୍ଷରୁ ବୃହତ ରକ୍ତଦାନ ଶିବିର ସ୍ଥାନୀୟ ତେରାପାନ୍ତ ଭବନରେ ଅନୁଷ୍ଠିତ ହୋଇଯାଇଛି । ତେରାପନ୍ତ ଯୁବକ ପରିଷଦ ସଭାପତି ରିସବ ଜୈନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଡ଼. ବିଶାଳ ପଣ୍ଡା ଯୋଗଦାନ କରିଥିଲେ । ସଂଯୋଜକ ବିବେକ କୁମାର ଜୈନଙ୍କ ସହ ସମସ୍ତ ସଦସ୍ୟ ବୃନ୍ଦ ପୁର୍ଣ୍ଣ ସହଯୋଗ କରିଥିଲେ । ଏଠାରେ ମୋଟ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ବିଶ୍ୱର ସର୍ବ ବୃହତ ରକ୍ତ ଦାତା ସଂସ୍ଥା ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ତରଫରୁ ୧୭ ସେପ୍ଟେମ୍ବେର ୨୦୨୨ରେ ୫୦ରୁ ଅଧିକ ଦେଶରେ ୨୦୦୦ ରୁ ଅଧିକ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିର ମାନଙ୍କରେ ସମୁଦାୟ ଦେଢଲକ୍ଷରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯିବା ଲକ୍ଷ୍ୟ ରଖା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.