ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଆନନ୍ଦ ଉହ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି ବିଶ୍ଵକର୍ମା ପୂଜା । ନର୍ଲା ବିଦ୍ୟୁତ ବିଭାଗ ତରଫରୁ ଗ୍ରୀଡ୍ ସବ୍ ଷ୍ଟେସନ ଠାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି । ନର୍ଲା ବିଦ୍ୟୁତ ବିଭାଗ ଟାଟା ପାୱାର ଏସଡିଓ ତଥା ବିଶ୍ୱକର୍ମା ପୂଜା କମିଟିର ସଭାପତି କମଲେଶ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଟାଟା ପାୱାର ଅଫିସ୍ କର୍ମଚାରୀ ସଚିନ ପଧାନଙ୍କ ସମେତ ସମସ୍ତେ ଏଥିରେ ପ୍ରତ୍ୟକ୍ଷ ଭାବରେ ସାମିଲ ରହିଥିଲେ । ସେହିଭଳି ନର୍ଲା ମୋଟର ଚାଳକ ସଂଘ ତରଫରୁ ନର୍ଲା ବସଷ୍ଟାଣ୍ଡ ଠାରେ, ନର୍ଲାରୋଡରେ ଅବସ୍ଥିତ କାଠ କାରିଗର ମହାରଣା ମାନଙ୍କ ତରଫରୁ ମଧ୍ୟ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି । ନର୍ଲାରୋଡ ଅଟୋଚାଳକ ସଂଘ ତରଫରୁ ନର୍ଲାରୋଡ ରେଳ ଷ୍ଟେସନ ନିକଟରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ନର୍ଲା ଆରଏମ୍ ଜିମ ତରଫରୁ ମଧ୍ୟ ଜିତୁ ମାର୍କେଟ କମ୍ପ୍ଲେକ୍ସ ସ୍ଥିତ ଫିଟନେସ୍ ଜିମ କେନ୍ଦ୍ରରେ ଜିମ୍ ପରିଚାଳିକା ଜ୍ୟୋତିର୍ମୟୀ ମହାନ୍ତୀଙ୍କ ପୌରହିତ୍ୟରେ ଆଡମ୍ବର ସହକାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିମ ପରିଚାଳିକା ଜ୍ୟୋତି ମହାନ୍ତୀ ଓ ସାମ୍ବାଦିକ ରଞ୍ଜନ ମହାନ୍ତି ଦମ୍ପତି କର୍ତ୍ତା ଭାବରେ ପୂଜାର୍ଚ୍ଚନା କରିଥିଲେ । ସର୍ଗିଗୁଡା ରେଳବାଇ ନିକଟସ୍ଥ ଦୁର୍ଯ୍ୟୋଧନ ଫେବ୍ରିକେସନ ସେଣ୍ଟରରେ ମଧ୍ୟ ବାବା ବିଶ୍ୱକର୍ମାଙ୍କ ପୂଜା ଆୟୋଜନ କରାଯାଇଛି । ସେହିଭଳି ରୁପ୍ରାରୋଡ ବଜାର ମଧ୍ୟରେ ବ୍ୟବସାୟୀ ଗୋଷ୍ଠୀଙ୍କ ବିଶ୍ୱକର୍ମା ପୂଜା ଚାଲିଥିବା ବେଳେ, ରୁପ୍ରାରୋଡ ମୋଟର ଚାଳକ ସଂଘର ପୂଜା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି । ସର୍ଗିଗୁଡା, ନର୍ଲାରୋଡ, ଛତିକୁଡା, ବାଲିପଡା, ରୁପ୍ରା, ତୁଳାପଡା ଓ ସେରଗଡ ପ୍ରଭୃତି ସ୍ଥାନରେ ମଧ୍ୟ ବିଶ୍ୱକର୍ମା ପୂଜା ଧୁମ୍ ଧାମର ସହିତ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱକର୍ମା ପୂଜା ଅବସରରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ରୁପ୍ରାରୋଡ ମାରୱାଡି ଯୁବାମଞ୍ଚର ସଭାପତି ବଣ୍ଟି ଖେତାନ, ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୌଡିଆ, ସେରଗଡ ସରପଞ୍ଚ ରାହୁଲ ସାହୁ, ରାକ୍ସି ସରପଞ୍ଚ ଜେମନ୍ତ ପୋଢ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରୀଆ ପ୍ରମୁଖ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.