ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲା ପିତାମହଲ ଆଶ୍ରମ ବିଦ୍ୟାଳୟରେ ଜିଲ୍ଲା ବନ ବିଭାଗ ପକ୍ଷରୁ ବିଶ୍ଵ ଓଜୋନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିଲାଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ପ୍ଲା କାର୍ଡ ଓ ସ୍ଲୋଗାନ ଜରିଆରେ ଗ୍ରାମ୍ୟ ପରିକ୍ରମା କରି ଓଜୋନ ରନ୍ଧ୍ରର ଭୟାଭୟତା ଓ ତାର ସୁରକ୍ଷା ନେଇ ସଚେତନତା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଆଶ୍ରମ ବିଦ୍ୟାଳୟ ପିତାମହଲର ପ୍ରଧାନ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡ଼ା ବନ ବିଭାଗ ରେଞ୍ଜର ସଞ୍ଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ଓଜୋନ ଦିବସର ତାପର୍ଯ୍ୟ ସଂପର୍କରେ ପିଲାଙ୍କୁ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ଭାବେ ରାୟଗଡା ବନ ବିଭାଗ ଅଧିକାରୀ ଗୌରୀ ଶଙ୍କର ସାହୁ ଯୋଗ ଦେଇ ଓଜୋନ ସ୍ତର ପ୍ରତି ବଢୁଥିବା ବିପଦକୁ ନେଇ ସଚେତନତା କରାଇଥିଲେ । ପ୍ରଧାନ ଶିକ୍ଷକ ସାହୁ ନିଜ ବକ୍ତବ୍ୟରେ ବିଶ୍ଵ ଓଜୋନ ଦିବସ ପାଳନ ପଛର କାହାଣୀ ସହ ବର୍ତ୍ତମାନ ସମୟରେ ବାୟୁମଣ୍ଡଳର ଭୟଙ୍କର ସ୍ଥିତି ଓ ଏହାର ପ୍ରଭାବ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ ବିଭାଗର ଗାର୍ଡ ସମେତ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁଦେଷ୍ଣ। ନାୟକ, ମେଟ୍ରୋନ ସୁଜାତା ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।