ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଭାରତୀୟ ମଜଦୁର ସଂଘ ୧୭ ସେପ୍ଟେମ୍ବର ଭଗବାନ ବିଶ୍ଵକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରି ଆସୁଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ରେଲୱେ ଷ୍ଟେସନ ଛକ ନିକଟରୁ ଭଗବାନ ବିଶ୍ଵକର୍ମା ଏବଂ ଭାରତ ମାତାଙ୍କ ରଥକୁ ସଂକିର୍ତ୍ତନ ସହ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ରେ ପହଞ୍ଚି ଏକ ସଭାର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା , ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ରରେ ପୂଷ୍ପ ଦ୍ଵିପ ପ୍ରଜ୍ବଳନ କରି, ଶ୍ରମିକ ଗୀତ ଗାନ କରା଼ଯାଇ ସାରା ଦେଶରେ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗୀ ଶ୍ରୀ ଚୈତନ୍ୟ ରାମ ଜି, ମୂଖ୍ୟ ବକ୍ତା ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ସଂପାଦକ ଯୋଗେଶ୍ଵର ଦାସ , ସମ୍ମାନ ଅତିଥି ଭାବେ ଜିଲ୍ଲାର ଉପଦେଷ୍ଟା କିଶୋର କୁମାର ସାହୁ ଯୋଗଦେଇ ଭାରତୀୟ ବିଚାରରେ ଭାରତ ଗଠନରେ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହୋଇ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ସହ ଭାରତୀୟ ବିଚାରରେ ସମର୍ପିତ ହୋଇ ଶୃଙ୍ଖଳିତ ଭାବେ ନିଜର କର୍ମମୟ ଜୀବନ ମଧ୍ୟରେ ଭାରତୀୟ ବିଚାର ଧାରାରେ ରାଷ୍ଟ୍ର ହିତ ଉଦ୍ୟୈ।ଗ ହିତ ଶ୍ରମିକ ହିତ, ତ୍ୟାଗ ତପସ୍ୟା ଆଉ ବଳିଦାନକୁ ଦୃଷ୍ଟିରେ ରଖି ଭାରତୀୟ ମଜଦୁର ସଂଘକୁ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବାରେ ଶ୍ରମିକ ମାନଙ୍କ ଯେଉଁ ଅବଦାନ ରହିଛି ତାକୁ ସମ୍ମାନ ଦେବା ସହିତ, ମାତୃ ଶକ୍ତି ଆଜିର ଦିନରେ ନିଜ ପରିବାର, ନିଜ କର୍ମମୟ ଜୀବନ ମଧ୍ୟରେ ଭାରତୀୟ ମଜଦୁର ସଂଘ କୁ ଆଗକୁ ନେବାରେ ପାରଦର୍ଶିତା ରଖିଥିବାରୁ ଭୂୟସୀ ପ୍ରଶଂସା କରିବା ସହ ସମ୍ମାନ ଜଣାଇ ଥିଲେ। ସରକାର ଆଜିର ଦିନରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ପାଚିକା, ଆଶା ସାଥୀ, ଅସଂଘଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଅଣଦେଖା କରୁଥିବା, କଳକାରଖାନାରେ ଶ୍ରମିକ ମାନଙ୍କୁ ଛଟେଇ କରାଯାଉଥିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ନିନ୍ଦା କରାଯାଇଥିଲା।
ଜିଲ୍ଲା ସଭାପତି ମହନ ରାଓ ମାଝୀ ଏବଂ ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ଆଶା ସାଥୀ ସଂଘ, ବିଶ୍ଵକର୍ମା ମଜଦୁର ସଂଘ ଭଳି ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୁର ସଂଘ ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ, ଉତ୍କଳ ଆଲୁମିନା ମଜଦୁର ସଂଘ, ଜେକେ ପେପର ମିଲ ମଜଦୁର ସଂଘ, ଇମ୍ଫା ଶ୍ରମିକ ସଂଘ, ଇମ୍ଫା ଠିକା ମଜଦୁର ସଂଘ, ପାଚିକା ସଂଘ, ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ, ରାୟଗଡ଼ା ଜିଲ୍ଲା ପରିବା ବ୍ୟବସାୟ ସଂଘ ଏବଂ ୧୧ ଟି ବ୍ଳକରୁ ୩ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘର ଜୟନ୍ତୀ ପଦ୍ମାଳୟା ସାହୁ, ଉଷାରାଣୀ ଦାଶ, ଅରୁଣ କୁମାର ଲେଙ୍କା, ପ୍ରମୋଦ କୁମାର ପତି, ସୀମାଞ୍ଚଳ ମିଶ୍ର, କେ କେ ଜେନା, ଧର୍ମ ସିଂ ନାଗ, ଦୂର୍ଗା ମାଧବ ଘୋଷ, ପରମା ନନ୍ଦ ପ୍ରଧାନ, ନେହା ସି, ପୁଷ୍ପା ବେଉରା, ପଦ୍ମା ସେନାପତି, ଏମ ରାମ ବାବୁ ପରିଚାଳନା କରିଥିଲେ।